Elephant 1711107845

ହାତୀପଲଙ୍କ ଗତିବିଧି ଉପରେ ବନବିଭାଗର ନଜର, ରାତିରେ ଜଗୁଛି ଡ୍ରୋନ

State

ବଣାଇ : ରାତିରେ ହାତୀ ପଲଙ୍କ ଗତିବିଧି ଉପରେ ନଜର ରଖୁଛି ବନ ବିଭାଗର ଡ୍ରୋନ କ୍ୟାମେରା । ସୁନ୍ଦରଗଡ ଜିଲ୍ଲା କୋଇଡା ବନାଞ୍ଚଳରେ ହାତୀ ଆକ୍ରମଣରେ ସାଧାରଣ ଲୋକଙ୍କ ପ୍ରାଣହାନି ହେଉଥିବା ସହ ଅନେକ ଧନ ଜୀବନ କ୍ଷୟକ୍ଷତି ହେଉଛି ।

ରାତ୍ରି ସମୟରେ ହାତୀପଲ ଜଙ୍ଗଲ ଛାଡି ଗାଁ ମୁହାଁ ହେଉଥିବାରୁ ଏହାକୁ ଆଖି ଆଗରେ ରଖି କୋଇଡା ବନାଞ୍ଚଳ ତରଫରୁ ରାତ୍ରୀ ସମୟରେ ହାତୀର ଗତିବିଧି ଉପରେ ନଜର ରଖିବା ପାଇଁ ଡ୍ରୋନ କ୍ୟାମେରା ବ୍ୟବସ୍ଥା କରାଯାଇଛି । ହାତୀ ଜଙ୍ଗଲ ଛାଡି ଗାଁ ମୁହାଁ ହେବା ସମୟରେ ଡ୍ରୋନ କ୍ୟାମେରା ସାହାଯ୍ୟରେ ହାତୀ ସ୍କ୍ୱାଡ଼ ହାତୀର ଗତିବିଧି ଦେଖି ହାତୀପଲଙ୍କୁ ଜଙ୍ଗଲ ମଧ୍ୟକୁ ପୁନର୍ବାର ଘଉଡାଇବାରେ ସଫଳ ହେଉଛି ବନ ବିଭାଗ । ଏହା ସହିତ କୋଇଡା ବନାଞ୍ଚଳରେ ଗୋଟିଏ ମାସରେ ଦୁଇଟି ହାତୀ ଶାବକ ମୃତ୍ୟୁ ହେବା ପରେ ବର୍ତ୍ତମାନ ହାତୀ ଶାବକ ମାନଙ୍କରେ ନଜର ରଖୁଛି ଡ୍ରୋନ କ୍ୟାମେରା ।