Damodar Rout 750x430

ଦାମୋଦର ରାଉତ ଗୁରୁତର, ହୃଦଘାତ ପରେ ଗୁରୁତର ହୋଇଥିବାର ସୂଚନା ଦେଲେ ପୁଅ

State

ଭୁବନେଶ୍ୱର: ବରିଷ୍ଠ ନେତା ଦାମୋଦର ରାଉତଙ୍କ ସ୍ୱାସ୍ଥ୍ୟ ଗୁରୁତର ରହିଛି | ଦାମୋଦରଙ୍କ ପୁଅ ତଥା ବିଧାୟକ ସମ୍ବିତ ରାଉତରାୟ ଏହି ସୂଚନା ଦେଇଛନ୍ତି | ଗତ ୧୮ ତାରିଖରୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିବାର ସମ୍ବିତ ସୂଚନା ଦେଇଛନ୍ତି | ହୃଦଘାତ ପରେ ଦାମୋଦର ଗୁରୁତର ହୋଇପଡିଛନ୍ତି ବୋଲି ପୁଅ କହିଛନ୍ତି | ସମ୍ବିତ କହିଛନ୍ତି ଯେ ହୃଦଘାତ ଆସିବା ପରେ ବ୍ରେନଡେଡ଼ ହୋଇପଡିଛି | ଉଲ୍ଲେଖ ଥାଉ କି ତିନିମାସ ତଳେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ମଧ୍ୟ ଅସୁସ୍ଥ ହୋଇପଡିଥିଲେ | ଯକୃତରେ ପାଣି ଜମିଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା |
ତେବେ ସୁସ୍ଥ ହେବା ପରେ ସେ ଘରକୁ ଫେରିଥିଲେ | ଓଡ଼ିଶା ରାଜନୀତିରେ ଦାମୋଦର ରାଉତ ବଡ ରାଜନେତା ଭାବେ ଜଣାଶୁଣା । ପ୍ରଥମେ ଜନତା ଦଳ ଓ ପରବର୍ତ୍ତୀ ସମୟରେ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହେବା ସହ ନବୀନଙ୍କ ସରକାରରେ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । ତେବେ ୨୦୧୯ରେ ବିଜେପି ଟିକେଟରୁ ନିର୍ବାଚନ ଲଢି ପରାଜିତ ହୋଇଥିଲେ ଦାମ । କିନ୍ତୁ ପରବର୍ତ୍ତୀ ସମୟରେ ବିଜେପିକୁ ବାଏ ବାଏ କରିଥିଲେ ଦାମ । ଗତ କିଛି ମାସ ପୂର୍ବରୁ ଦାମଙ୍କ ଉପରୁ ବହିଷ୍କାର ପ୍ରତ୍ୟାହାର କରି ପୁଣିଥରେ ବିଜେଡିକୁ ଫେରାଇ ଆଣିଥିଲେ ନବୀନ ପଟ୍ଟନାୟକ ।