Birat Sena Sobha

ମାନବ ଅଧିକାର ଓ ସାମାଜିକ ସୁରକ୍ଷାକୁ ନେଇ ବିରାଟ ସେନାର ବିଶାଳ ଶୋଭାଯାତ୍ରା

State

ବାରିପଦା: ଗତ ତା୧୮/୦୩/ ବିରାଟ ସେନାର ଏକ ବିଶାଳ ସଭା ମୋରଡା ବ୍ଲକ ଅନ୍ତଭୁକ୍ତ ଚିତ୍ରଡା ଛଉ ପଡିଆଠାରେ ସେନାର କାର୍ଯ୍ୟକାରୀ ସଭାପତି ଚିତରଞ୍ଜନ ମୁଖିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସେନାର ରାଜ୍ୟ ସଭାପତି ଦିବ୍ରାଟ ଚନ୍ଦ୍ର ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସେନାର ସାଧାରଣ ସମ୍ପାଦକ ନିରୋଜ କୁମାର ମହାନ୍ତି, ଉପଦେଷ୍ଟା ଦେଠସର ମହାନ୍ତ, କୋଷାଧ୍ୟକ୍ଷ୍ୟ ତ୍ରୀନାଥ ବେହେରା, ସକ୍ରୀୟ ସଦସ୍ୟ-ରାଧେଶ୍ୟାମ ମହାନ୍ତ ପ୍ରମୁଖ ଯୋଗଦେ ନିଜ ନିଜର ଅଭିଭାଷଣ ରଖିଥିଲେ । ଉକ୍ତ ସଭାରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସମସ୍ୟାକୁ ବ୍ୟାପକ ଭାବରେ ଆଲୋକପାତ କରାଯାଇଥିଲା ସ୍ୱାଧିନତାର ୭୭ବର୍ଷ ପରେ ମଧ୍ୟ ମୟୂରଭଞ୍ଜ ଜିଲ୍ଲା ସବୁରୀ କ୍ଷେତ୍ରରେ ଯଥା-କୃଷି କ୍ଷେତ୍ର, ସ୍ୱାସ୍ଥ୍ୟ କ୍ଷେତ୍ର, ଅର୍ଥନୀତି କ୍ଷେତ୍ର ଅବହେଳିତ ସୀମାରେ ହୋଇ ପଡି ରହିଛି ବୋଲି ବକ୍ତାମାନେ ନିଜ ନିଜର ବକ୍ତବ୍ୟରେ ପ୍ରକାଶ କରିଥିବା ସହିତ କ୍ଷୋଭ ପ୍ରକାଶ କରିଥିଲେ । ସୁତରାଂ ଏସୁବୁରୁ ମୁକ୍ତି ପାଇବା ପାଇଁ ବା ମୟୂରଭଞ୍ଜ ମାଟିରେ ସ୍ୱତନ୍ତ୍ର ସଶକ୍ତି ପ୍ରତିଷ୍ଠା ପାଇଁ ଏକାନ୍ତ ଲୋଡା ବୋଲି ସଭାରେ ମତପ୍ରକାଶ ପାଇଥିଲା । ମୟୂରଭଞ୍ଜ ଜିଲ୍ଲାର ଅଣରାଜନୈତିକ ଦଳ ବିରାଟ ସେନାକୁ ଶକ୍ତିଶାଳୀ କରାଯିବାକୁ ନେଇ ଉକ୍ତ ସଭାରେ ଜନମତ ପ୍ରକାଶ ପାଇଥିଲା । ସେଥିପାଇଁ ଆଗାମୀ ନିର୍ବାଚନରେ ବିରାଟ ସେନା ପକ୍ଷରୁ ଜିଲ୍ଲାର ସମସ୍ତ ବିଧାନ ସଭା ଆସନରେ ପାର୍ଥୀ ମୁତୟନ କରାଯିବା ସହିତ ମୟୂରଭଞ୍ଜର ଏମ.ପି. ଆସନରେ ମଧ୍ୟ ବିରାଟ ସେନା ପକ୍ଷ୍ୟରୁ ପ୍ରାର୍ଥୀ ମୁତୟନ କରାଯିବା ଚୂଡାନ୍ତ ନିଷ୍ପତି ଗୃହିତ କରାଯାଇଅଛି । ଏଥିପାଇଁ ସମସ୍ତ ମୟୂରଭଞ୍ଜବାସୀ ସମମନ ହୋଇ ସମୂହ ଉଦ୍ୟମ ଓ ପ୍ରଚେଷ୍ଠାରେ ଜିଲ୍ଲାରେ ବିରାଟ ସେନାକୁ ନେଇ ସମଗ୍ର ଜିଲ୍ଲାରେ ସ୍ୱତନ୍ତ୍ର ଶକ୍ତି ପ୍ରତିଷ୍ଠା କରାଯିବ ବୋଲି ଉକ୍ତ ସଭାରେ ଜନମତ ପ୍ରକାଶ ପାଇଅଛି । ଶେଷରେ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାକାର୍ଯ୍ୟକୁ ସାଙ୍ଗ କରିଥିଲେ ।