Kidnap

ପାସପୋର୍ଟ ଅଫିସ ନିକଟରୁ ଅପହୃତ ଯୁବକ ପୁରୀରୁ ଉଦ୍ଧାର

Crime State

ଭୁବନେଶ୍ୱର  : ତ୍ରିକୋଣୀୟ ପ୍ରେମ ପାଇଁ ଅପହରଣ । ଝିଅର ଭାଇ ସହ ମିଶି ଦ୍ୱିତୀୟ ପ୍ରେମିକକୁ ଅପହରଣ କରିଥିଲେ ପ୍ରଥମ ପ୍ରେମିକ । ଭୁବନେଶ୍ବର ପୁରୁଣା ପାସପୋର୍ଟ ଅଫିସ ସାମ୍ନାରୁ ଅପହରଣ କରାଯାଇଥିବା ବେଳେ ପୁରୀରୁ ତାଙ୍କୁ ଉଦ୍ଧାର କରିଛି ପୋଲିସ । ଦୁଇଟି ବାଇକରେ ବଳପୂର୍ବକ ବସାଇବା ସହ ଖଣ୍ଡା ଦେଖାଇ ରାଜା ସେଠୀଙ୍କୁ ଅପହରଣ କରାଯାଇଥିଲା । ଦୁଇ ଜଣ ଅଭିଯୁକ୍ତ ଏବଂ ଦୁଇଜଣ ନାବାଳକଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ଝିଅର ଭାଇ ଓ ପ୍ରଥମ ପ୍ରେମିକ ଅଙ୍କିତ କଅଁର । ପ୍ରେମିକାର ଅଭିଯୋଗ ଆଧାରରେ ତଦନ୍ତ କରିଥିଲା ପୋଲିସ ।