Onn 3

୧.୭୫କୋଟି ଲୋକଙ୍କୁ ମିଳିବ ମାଗଣା ଏଲପିଜି ସିଲିଣ୍ଡର

National & International

ନୂଆଦିଲ୍ଲୀ: ୧.୭୫କୋଟି ଲୋକଙ୍କୁ ମିଳିବ ମାଗଣା ଏଲପିଜି ସିଲିଣ୍ଡର | ରଙ୍ଗର ପର୍ବ ହୋଲିରେ ଉତ୍ତରପ୍ରଦେଶବାସୀଙ୍କୁ ବଡ ଉପହାର ଦେଲେ ଯୋଗୀ ସରକାର | କ୍ୟାବିନେଟ ବୈଠକରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୦ଟଙ୍କା ହ୍ରାସ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ। ଏହା ପରେ ଏବେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଜ୍ଜ୍ବଳା ହିତାଧିକାରୀଙ୍କୁ ହୋଲିରେ ଏକ ବଡ ଉପହାର ଦେବେ ବୋଲି ଘୋଷଣା କରିଛନ୍ତି। ରାଜ୍ୟରେ ଥିବା ୧କୋଟିରୁ ଅଧିକ ପରିବାରକୁ ମାଗଣାରେ ଏଲପିଜି ସିଲିଣ୍ଡର ଦିଆଯିବ ବୋଲି ଘୋଷଣା କରାଯାଇଛି।
ଏହି ମାଗଣା ସିଲିଣ୍ଡର ସରକାରଙ୍କ ଘୋଷଣାର ଦ୍ୱିତୀୟ ପର୍ଯ୍ୟାୟ ହେବ ଯେଉଁଥିରେ ଗୋଟିଏ ବର୍ଷରେ ୨ଟି ମାଗଣା ଏଲପିଜି ସିଲିଣ୍ଡର ଯୋଗାଇଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା।
ଏହାପୂର୍ବରୁ ଉତ୍ତରପ୍ରଦେଶର ଯୋଗୀ ସରକାର ଦୀପାବଳିରେ ଉଜ୍ଜ୍ବଳା ହିତାଧିକାରୀଙ୍କୁ ମାଗଣା ସିଲିଣ୍ଡର ଦେଇଥିଲେ। ଏହି ସୁବିଧା ଯୋଗାଇବା ପାଇଁ ଯୋଗୀ ସରକାର ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨୩୧୨ କୋଟି ଟଙ୍କା ବଜେଟ୍ ଘୋଷଣା କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଜ୍ଜ୍ବଳା ସହିତ ୧୦ନଭେମ୍ବର ୨୦୨୩ରେ ଏହି ଯୋଜନା ଆରମ୍ଭ କରିଥିଲେ। ବର୍ତ୍ତମାନ ଏହି ଯୋଜନା ଅଧୀନରେ ହୋଲି ଅବସରରେ ଦ୍ୱିତୀୟ ମାଗଣା ଗ୍ୟାସ ସିଲିଣ୍ଡର ଦିଆଯିବ ବୋଲି ଘୋଷଣା କରାଯାଇଛି। ଏହି ଘୋଷଣା ପରେ ଏବେ ଉଜ୍ଜ୍ବଳା ହିତାଧିକାରୀଙ୍କ ହୋଲି ଆହୁରି ରଙ୍ଗୀନ ହେବ ବୋଲି ଜଣାପଡିଛି |