Money.jpg

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିଲା

National & International

କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀଙ୍କ ପାଇଁ ଖୁସି ଖବର। ସରକାର ସେମାନଙ୍କ ମହଙ୍ଗା ଭତ୍ତା ବା DA ବଢ଼ାଇଛନ୍ତି। ଆଜି କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲ ଏହି ସୂଚନା ଦେଇଛନ୍ତି।

କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀଙ୍କ ମହଙ୍ଗା ଭତ୍ତାକୁ ସରକାର ୪% ବୃଦ୍ଧି କରିଛନ୍ତି। ବର୍ଦ୍ଧିତ ମହଙ୍ଗା ଭତ୍ତା ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ। ଏହି ବୃଦ୍ଧି ସହିତ ସେମାନଙ୍କ ମହଙ୍ଗା ଭତ୍ତା ୫୦%ରେ ପହଞ୍ଚିଛି।

ଏହା ପୂର୍ବରୁ କେନ୍ଦ୍ର ସରକାର ତାଙ୍କ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଗତ ବର୍ଷ ଅକ୍ଟୋବର ମାସରେ ବଢ଼ାଇଥିଲେ। ସେତେବେଳେ ବି ସରକାର ୪% ବୃଦ୍ଧି କରିଥିଲେ। ୨୦୨୩ ଜୁଲାଇ ୧ରୁ ପିଛିଲା ଭାବେ ଏହାକୁ ଲାଗୁ କରାଯାଇଥିଲା।