Onn 3

ପଶ୍ଚିମବଙ୍ଗରେ ମହିଳାମାନେ ସବୁଠାରୁ ଅଧିକ ସୁରକ୍ଷିତ : ମମତା ବାନାର୍ଜୀ

National & International

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ବିଜେପି ସନ୍ଦେଶଖାଲିକୁ ନେଇ ଗୁଜବ ପ୍ରଚାର କରୁଛି। ଲୋକସଭା ନିର୍ବାଚନର ଆନୁଷ୍ଠାନିକ ଘୋଷଣା ପୂର୍ବରୁ କୋଲକାତାରେ ଆୟୋଜିତ ଏକ ମହିଳା ଅଧିକାର ରାଲିକୁ ସମ୍ବୋଧିତ କରିବା ସମୟରେ ମମତା ବାନାର୍ଜୀ ପଶ୍ଚିମବଙ୍ଗକୁ ମହିଳାଙ୍କ ପାଇଁ ସବୁଠାରୁ ସୁରକ୍ଷିତ ରାଜ୍ୟ ବୋଲି ବର୍ଣ୍ଣନା କରିଛନ୍ତି।
ଅନ୍ତର୍ଜାତୀୟ ମହିଳା ଦିବସ ପୂର୍ବରୁ ତୃଣମୂଳ କଂଗ୍ରେସ ପକ୍ଷରୁ ଆୟୋଜିତ ଏହି ରାଲିର ବିଷୟବସ୍ତୁ ଥିଲା ‘ମହିଳା ଅଧିକାର, ଆମ ପ୍ରତିବଦ୍ଧତା‘। “ମୁଁ ବିଜେପିକୁ ଚ୍ୟାଲେଞ୍ଜ କରୁଛି ଏବଂ କହୁଛି ଯେ ବଙ୍ଗଳା ହେଉଛି ଏକମାତ୍ର ସ୍ଥାନ ଯେଉଁଠାରେ ମହିଳାମାନେ ସୁରକ୍ଷିତ ଅଛନ୍ତି“ ବୋଲି ସେ କହିଛନ୍ତି ।
ବିଜେପିକୁ ଟାର୍ଗେଟ କରି ମମତା ବାନାର୍ଜୀ କହିଛନ୍ତି, ବିଜେପି ନେତାମାନେ ସନ୍ଦେଶଖାଲିକୁ ନେଇ ମିଥ୍ୟା ଗୁଜବ ପ୍ରଚାର କରୁଛନ୍ତି, କିନ୍ତୁ ତାଙ୍କ ଦଳ ଶାସିତ ରାଜ୍ୟଗୁଡ଼ିକରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବିଷୟରେ ଚୁପ୍ ଅଛନ୍ତି।
ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ବରାସତଠାରେ ଏକ ରାଲିରେ ସଂନ୍ଦେଶଖାଲି ଘଟଣାକୁ ନେଇ ମମତାଙ୍କୁ ଟାର୍ଗେଟ କରିଥିଲେ । ସନ୍ଦେଶଖାଲି ଘଟଣା ସମସ୍ତଙ୍କୁ ମୁଣ୍ଡ ତଳକୁ କରିଦେଇଛି ବୋଲି ସେ କହିଥିଲେ । ଏହାର ଜବାବରେ ମମତା ବାନାର୍ଜୀ ଉପରୋକ୍ତ ମନ୍ତବ୍ୟ ଦେଇଥିବା କୁହାଯାଉଛି ।