Agni Bipana Paribaranku Sahayata

ଅଗ୍ନିବିପନ୍ନ ପରିବାରକୁ ସହାୟତା

State

ନିଶ୍ଚିନ୍ତକୋଇଲି : ନରେନ୍ଦ୍ରପୁର ପଞ୍ଚାୟତ ଫତେପୁର ଗ୍ରାମର ହୃଷିକେଶ ନାୟକଙ୍କ ଘରେ ବିଦ୍ୟୁତ୍ ସଟ୍ ସକ୍ରିଟ କାରଣରୁ ଅଗ୍ନିକାଣ୍ଡ ଘଟି ଘରଟି ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଥିବା ବେଳେ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା । ଖବର ପାଇ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନିର୍ଦ୍ଦେଶରେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ଜିଲ୍ଳାପରିଷଦ ସଭ୍ୟ ଭୂପତିଭୂଷଣ ଷଣ୍ଢ, ଆଇନଜୀବୀ ବିନୋଦ ବିହାରୀ ଚୌଧୁରୀ, ରାମଚନ୍ଦ୍ର ନାୟକ, ବ୍ରଜମୋହନ ପଣ୍ଡା, ମନୋଜ ସେଠୀ, ସମିତିସଭ୍ୟ ପ୍ରଭାକର ଗୋଚ୍ଛାୟତ, ଗୋଲାମ ମେହେନ୍ଦୀ ହୁସେନ,ବିଳାସ ମଲିକ ପ୍ରମୁଖ ଅଗ୍ନିବିପନ୍ନ ଙ୍କ ଘରେ ପହଞ୍ଚି ତାଙ୍କ ପରିବାରକୁ ସାନ୍ତନା ଦେବା ସହିିତ ଆର୍ଥିକ ସହାୟତା , ଦୁଇଟି ଜରିପାଲ, ଶୁଖିଲା ଖାଦ୍ୟ, ବିଭିନ୍ନ ଆସବାପତ୍ର ପ୍ରଦାନ କରିଛନ୍ତି । ଖୁବ୍ ଶୀଘ୍ର ବିପନ୍ନ ପରିବାରକୁ ପକ୍କାଘର ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ।