Vote 1 750x430

୨୦୨୯ରେ ହେବ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ !

National & International

ନୂଆଦିଲ୍ଲୀ: ୨୦୨୯ ମଧ୍ୟଭାଗ ସୁଦ୍ଧା ସମ୍ବିଧାନରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଲାଗୁ କରିବା ପାଇଁ ସମ୍ବିଧାନରେ ଆବଶ୍ୟକ ଅଧ୍ୟାୟ ଯୋଡ଼ିବାକୁ ସୁପାରିଶ କରିପାରେ ବିଧି ଆୟୋଗ । ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଅନୁସାରେ ଦେଶରେ ଗୋଟିଏ ସମୟରେ ଲୋକସଭା, ରାଜ୍ୟ ବିଧାନସଭା ଏବଂ ସ୍ଥାନୀୟ ସଂସ୍ଥା ଗୁଡ଼ିକର ଏକକାଳୀନ ନିର୍ବାଚନ ହେବ ।

ନ୍ୟୁଜ୧୮ ପକ୍ଷରୁ ଏକ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଅବସରପ୍ରାପ୍ତ ଜଷ୍ଟିସ ଋତୁରାଜ ଅଓ୍ବସ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଶନ ସମ୍ବିଧାନରେ ସଂଶୋଧନ ଆଣି ଏକକାଳୀନ ନିର୍ବାଚନ ପାଇଁ ଏକ ନୂଆ ଅଧ୍ୟାୟ ବା ଧାରା ଯୋଡ଼ିବାକୁ ସୁପାରିସ କରିବେ।

ଆସନ୍ତା ୫ ବର୍ଷ ମଧ୍ୟରେ ତିନୋଟି ପର୍ଯ୍ୟାୟରେ ବିଧାନସଭାର କାର୍ଯ୍ୟକାଳ ଏକକାଳୀନ କରିବାକୁ ଆୟୋଗ ସୁପାରିସ କରିବେ, ଯାହାଦ୍ୱାରା ୧୯ତମ ଲୋକସଭା ନିର୍ବାଚନ ସହିତ ମେ-ଜୁନ୍ ୨୦୨୯ରେ ପ୍ରଥମ ଥର ପାଇଁ ସମଗ୍ର ଦେଶରେ ଏକକାଳୀନ ନିର୍ବାଚନ ହୋଇପାରିବ। ସୂତ୍ରରୁ ପ୍ରକାଶ ଯେ ସମ୍ବିଧାନର ନୂତନ ଅଧ୍ୟାୟରେ ଲୋକସଭା, ବିଧାନସଭା, ପଞ୍ଚାୟତ ଏବଂ ପୌରପାଳିକା ପାଇଁ ଏକକାଳୀନ ନିର୍ବାଚନ, ଏକକାଳୀନ ନିର୍ବାଚନର ସ୍ଥିରତା ଏବଂ “ସାଧାରଣ ଭୋଟର ତାଲିକା” ସହିତ ଜଡିତ ପ୍ରସଙ୍ଗ ଅନ୍ତର୍ଭୁକ୍ତ ହେବ ଯାହା ଦ୍ୱାରା ତ୍ରିସ୍ତରୀୟ ନିର୍ବାଚନ ଏକାସାଙ୍ଗରେ ଅନୁଷ୍ଠିତ ହେବ ।