Mou 1

ଓଡ଼ିଶାରେ ତିଆରି ହେବ ପ୍ରତିରକ୍ଷା ଓ ବିମାନ ଯନ୍ତ୍ରାଂଶ

State

ଭୁବନେଶ୍ବର: ଓଡ଼ିଶାରେ ତିଆରି ହେବ ପ୍ରତିରକ୍ଷା ଓ ବିମାନ ଯନ୍ତ୍ରାଂଶ। ରାଜ୍ୟରେ ସ୍ଥାପନ ହେବ ପ୍ରଥମ ଟାଇଟାନିୟମ ଓ ଏରୋସ୍ପେସ ଯନ୍ତ୍ରାଂଶ ଉତ୍ପାଦନ କେନ୍ଦ୍ର । ଏଥିପାଇଁ ଆଜି ରାଜ୍ୟ ସରକାରଙ୍କ ସହ ଏମଓୟୁ ସ୍ବାକ୍ଷର କରିଛି କଲ୍ୟାଣୀ ଷ୍ଟିଲ୍ସ। ପ୍ରତିରକ୍ଷା କ୍ଷେତ୍ରରେ ବ୍ୟବହାର ହେଉଥିବା ଗାଡି, ଡ୍ରୋନ୍, ଯୁଦ୍ଧାସ୍ତ୍ର ଆଦି ଯନ୍ତ୍ରାଂଶ ଓଡିଶାରୁ ତିଆରି ହେବ। ସେହିପରି ତିଆରି ହେବ ବିମାନର ଯନ୍ତ୍ରାଂଶର ଉପକରଣ । ଲୋକସେବା କନଭେନସନ ହଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଢେଙ୍କାନାଳ ଗଜମରାରେ ହେବ ପ୍ଲାଣ୍ଟ ।

ଏଥିପାଇଁ ୧୧ଶହ ଏକର ଜମି ଚିହ୍ନଟ ହୋଇଛି। ଆସନ୍ତା ସେପ୍ଟେମ୍ବରରୁ ଆରମ୍ଭ ହେବ ପ୍ରକଳ୍ପ କାମ। ୨୪ ମାସ ଭିତରେ ଉତ୍ପାଦନ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ହେବ ପୁଞ୍ଜିନିବେଶ ହେବ। ପ୍ରଥମ ପର୍ଯ୍ୟାୟରେ ୧୧ହଜାର ୭୫୦ କୋଟି ଟଙ୍କା ନିବେଶ ହେବ । ଏହାଦ୍ୱାରା ସୃଷ୍ଟି ହେବ ୧୦ ହଜାର ନିଯୁକ୍ତି । ରାଜ୍ୟ ଶିଳ୍ପ ପ୍ରତିଷ୍ଠା ଓ ନିବେଶ କ୍ଷେତ୍ରରେ ବଡ଼ ଉପଲବ୍ଧି ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ। ପୂର୍ବଭାରତରେ ପ୍ରଥମଥର ପାଇଁ ପ୍ରତିଷ୍ଠିତ ହେଉଛି ଏପରି କାରଖାନା। ଆଜିର ଦିନରେ ରାଜ୍ୟ ନିବେଶକାରୀଙ୍କ ପାଇଁ ଆକର୍ଷଣ ପାଲଟିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। MOU ସ୍ବାକ୍ଷରିତ ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କଲ୍ୟାଣୀ ଷ୍ଟିଲ୍ ର ମାଲିକ ଅମିତ କଲ୍ୟାଣୀ।