Ai

AI ଜରିଆରେ ଅନେକ ସଫଳତା ମିଳିଛି, ମାଟ୍ରିକ୍ ପରୀକ୍ଷା କେନ୍ଦ୍ରରେ ଆଗକୁ ବିଭ୍ରାଟ ହେବନାହିଁ ବୋଲି ଆଶା : ବୋର୍ଡ ଉପ-ସଭାପତି

State

କଟକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଜରିଆରେ ଅନେକ ସଫଳତା ମିଳିଛି । ତେଣୁ ମାଟ୍ରିକ୍ ପରୀକ୍ଷା କେନ୍ଦ୍ରମାନଙ୍କରେ ଆଗକୁ ଆଉ ସେଭଳି ବିଭ୍ରାଟ ହେବନାହିଁ ବୋଲି ଆଶା ପ୍ରକଟ କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ଶୁକ୍ରବାର ହେବାକୁ ଥିବା ସେକେଣ୍ଡ ଲାଙ୍ଗୁଏଜ ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ଖୁବ୍ ସତର୍କତା ଅବଲମ୍ବନ କରିବାକୁ ସ୍ଥିର କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରେ ସାରା ରାଜ୍ୟର ୮ଟି ପରୀକ୍ଷା କେନ୍ଦ୍ରରେ ବିଭ୍ରାଟ ହୋଇଥିବା ନେଇ, ଏଆଇ ଜରିଆରେ ପ୍ରମାଣ ମିଳିଛି । ଏହାପରେ ସମ୍ପୃକ୍ତ କେନ୍ଦ୍ର ସୁପରିଟେଣ୍ଡେଣ୍ଟମାନଙ୍କୁ ନୋଟିସ୍ ଜାରି କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ଏହା ସହିତ ଘଟଣାର ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ଲାଗି ବିଭିନ୍ନ ବିଭାଗକୁ ବୋର୍ଡ କର୍ତ୍ତୃପକ୍ଷ ଅବଗତ କରାଇଛନ୍ତି ।

୨୦ ତାରିଖ ଦିନ ମାତୃଭାଷା ପାଇଁ ପରୀକ୍ଷା ଚାଲିଥିବା ବେଳେ ୮ଟି ପରୀକ୍ଷା କେନ୍ଦ୍ରରେ ନାନାଦି ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ସେଥିମଧ୍ୟରୁ କଟକ ଜିଲ୍ଲାରେ ସର୍ବାଧିକ ୪ଟି ପରୀକ୍ଷା କେନ୍ଦ୍ର ରହିଛି, ଏହା ବାଦ୍ କଳାହାଣ୍ଡି, ଢେଙ୍କାନାଳ, ପୁରୀ ଏବଂ ନୟାଗଡ଼ର ଗୋଟିଏ ଗୋଟିଏ କେନ୍ଦ୍ରରେ ଅନେକ ଜାଲିଆତି କାର୍ଯ୍ୟ ହୋଇଥିବାର ପ୍ରମାଣ ଦେଇଛି ଏଆଇ । ତେବେ ଶୁକ୍ରବାର ହେବାକୁ ଥିବା ଇଂରାଜୀ ପରୀକ୍ଷା ପାଇଁ ଠୋସ ପଦକ୍ଷେପ ନିଆଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ଉପ ସଭାପତି ଡଃ ନିହାର ରଞ୍ଜନ ମହାନ୍ତି କହିଛନ୍ତି ।