Img 20240219 161645

କାଲି ମାଟ୍ରିକ ପରୀକ୍ଷା, ଆଜି ରାଜରାସ୍ତାରେ ଶିକ୍ଷକ

State

ଭୁବନେଶ୍ୱର:ରାତି ପାହିଲେ ମାଟ୍ରିକ୍ ପରୀକ୍ଷା । ଆରମ୍ଭ ହୋଇଯିବ ସ୍କୁଲ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରସ୍ତୁତି ଚାଲିଥିବା ବେଳେ ରାଜରାସ୍ତାରେ ମାଧ୍ୟମିକ ସ୍କୁଲ ଶିକ୍ଷକ । ଦାବି ପୂରଣ ପାଇଁ ଦୀର୍ଘ ୧୨ ଦିନ ହେଲା ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଅହୋରାତ୍ର ଧାରଣା ଦେଇଛନ୍ତି । ସରକାରଙ୍କ ଆଗରେ ଧାରଣା ଦେଇ ରଖିଆସୁଛନ୍ତି ଦାବି। ଦାବି ପୂରଣ ନ ହେଲେ ପରୀକ୍ଷାରେ ଅସହଯୋଗ କରିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ୨୧ ଦଫା ଦାବିରେ ୧୨ ଦିନ ହେଲା ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ ବା ଓଷ୍ଟା ପକ୍ଷରୁ ଲୋୟର ପିଏମଜିରେ ଧାରଣା ଦିଆଯାଇଛି। ସେମାନଙ୍କର ଦାବି ଅନୁଯାୟୀ ୨୩୪ ଅନୁଦାନ ଯୋଗ୍ୟ ସ୍କୁଲକୁ ତୁରନ୍ତ ଅନୁଦାନ ପ୍ରଦାନ, ୨୨୬ ଓ ୩୯୯ ସ୍କୁଲକୁ ସପ୍ତମ ବେତନ କମିଶନ ହାରରେ ଦରମା, ୬୦୮ ପୂର୍ଣ୍ଣଅନୁଦାନ ସ୍କୁଲକୁ ସରକାରୀକରଣ, ଅବସର ବୟସ ସୀମା ୬୦ରୁ ୬୨, ଗ୍ରେଡପେରେ ଥିବା ଅସଙ୍ଗତି ଦୂର, ୨୦୦୪ରୂ ୨୦୧୩ ମଧ୍ୟରେ ନିଯୁକ୍ତ ଶିକ୍ଷକଙ୍କୁ ୬ଟି ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ ଦାବିରେ ସଂଘ ଆନ୍ଦୋଳନ କରୁଛି । ଏପଟେ ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ସଂଘ କହିଛି । ସେପଟେ ଆଲୋଚନା ସଫଳ ନ ହେଲେ ପରୀକ୍ଷା ପରିଚାଳନା ଠାରୁ ଖାତା ଦେଖିବା ଯାଏ ସମସ୍ୟା ଉପୁଜିବାର ଆଶଙ୍କା କରିଛନ୍ତି ଶିକ୍ଷାବିତ ଓ ଅଭିଭାବକ ।