Img 20240213 Wa0254

କୁଳିଅଣା ବ୍ଲକ ତରଫରୁ ଶିକ୍ଷକ ବିମଳ ଆଚାର୍ଯ୍ୟ ଙ୍କୁ ସମ୍ବର୍ଦ୍ଧନା

State

ବାରିପଦା : କୁଳିଅଣା ବ୍ଲକ ଅନ୍ତର୍ଗତ କୁଆବୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକର ଶିକ୍ଷକ / ଶିକ୍ଷୟତ୍ରୀ ଓ ସଂଘର କର୍ମକର୍ତ୍ତା ବିମଳ କୁମାର ଆଚାର୍ଯ୍ୟଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦେଇଛନ୍ତି I ନିଜର କାର୍ଯ୍ୟ ଦକ୍ଷତା ଓ ସଫଳ ନେତୃତ୍ୱ ପାଇଁ ବିମଳ ସାର କୁଳିଅଣା ବ୍ଲକରେ ବେଶ ପରିଚିତ ଥିଲେ I ଦୀର୍ଘ ବର୍ଷ ଧରି ଶିକ୍ଷକତା କରି ଛାତ୍ରଛାତ୍ରୀ, ଶିକ୍ଷକ / ଶିକ୍ଷୟତ୍ରୀ, ସ୍ଥାନୀୟ ଜନସାଧାରଣଙ୍କ ପ୍ରିୟଭାଜନ ହୋଇପାରିଥିଲେ I କୁଳିଅଣା ବ୍ଲକର ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ମୋରଡା ବ୍ଲକ ଶିକ୍ଷା ଅଧିକାରୀ ମନମୋହନ ହେମ୍ବ୍ରମଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବ୍ଲକର ଶତାଧିକ ଶିକ୍ଷକ / ଶିକ୍ଷୟତ୍ରୀ ତଥା ବ୍ଲକ ଓ ଜିଲ୍ଲା ସଙ୍ଘର ନେତୃବୃନ୍ଦ ଯୋଗ ଦେଇ ବିମଳ ସାରଙ୍କ କାର୍ଯ୍ୟାଧାରା ଅନ୍ୟ ମାନଙ୍କ ପାଇଁ ଉଦାହରଣ ହୋଇ ରହିବ ବୋଲି ପ୍ରକାଶ କରିଥିଲେ I ଏହି ସଭାରେ ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ୟାମାଶଙ୍କର ଶତପଥୀ, ଗାଙ୍ଗରାଜ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ବିରୋଚନ ଗରେଇ, ଶିକ୍ଷକ ନେତା ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟ, ସୋମନାଥ ସିଂହ, ହରେକୃଷ୍ଣ ବାରିକ, ଗଦାଧର ନାୟକ, ଯାମିନୀକାନ୍ତ ପଣ୍ଡା, ଦିଲ୍ଲୀପ କୁମାର ପାତ୍ର, ରାକେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରବୀର କଲିଆ ସମେତ ସମୀର ସେଠି, ପ୍ରହ୍ଲାଦ ଗିରି, ଶିବ ନାରାୟଣ ମହାନ୍ତ ଓ ପ୍ରଦୀପ ବାରିକ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ I ଶେଷରେ ସାରଙ୍କୁ ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା I