ଉଦ୍ଧବ ଗୋଷ୍ଠୀ ଶିବସେନାର ପୂର୍ବତନ କାଉନସିଲର ଅଭିଷେକ କୋସାଲକର ଫେସବୁକ ଲାଇଭରେ ଥିଲେ। କେହି କିଛି ବୁଝିବା ପୂର୍ବରୁ ସେ ଯାହାଙ୍କ ସହ ଲାଇଭ କରୁଥିଲେ ଉକ୍ତ ବ୍ୟକ୍ତଜଣକ କାଉନସିଲର ଅଭିଷେକ କୋସାଲକରଙ୍କୁ ହଠାତ ଗୁଳି ମାଡ କରିଥିଲେ । ଏହାପରେ ନେତାଙ୍କ ଉପରୁ ଗୁଳି କରିଥିବା ବ୍ୟକ୍ତି ନିଜକୁ ବି ଗୁଳି କରିଥିଲେ। । ଏଥିରେ ଉଭୟଙ୍କ ମୃତ୍ୟ ହୋଇଯାଇଥିବା ଜଣାାପଡ଼ିଛି।
ପୁଲିସ ସୂତ୍ରରୁ ପ୍ରକାଶ, ଶିବସେନାର ନେତାଙ୍କୁ ଗୁଳି କରିଥିବା ଅଭିଯୁକ୍ତ ନାମ ମୋରିସ ନୋରିହ୍ନା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମୋରିସ ନୋରିହ୍ନା ଅଭଷେକଙ୍କୁ ଗୁଳି କରିଥିବା ଅନୁମାନ କରାଯାଉଛି । ମୁମ୍ବାଇ ପୁଲିସ ଘଟଣାର ତଦନ୍ତ କରୁଛି ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଅଭିଷେକ କୋସାଲକର ଗୁଳିମାଡ ପରେ କାନ୍ଧ ଓ ପେଟକୁ ଧରି ତଳେ ପଡିଯାଉଥିବା ଦେଖିବାକୁ ମିଳୁଛି। ଏହି ଗୁଳିକାଣ୍ଡ ପରେ କିଛିଲୋକ ତୁରନ୍ତ ଅଭିଷେକ କୋସାଲକରଙ୍କୁ ଘଟଣାସ୍ଥଳରୁ ଗୁରୁ୍ତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ କରୁଣ ହସ୍ପିଟାଲକୁ ନେଇଥିଲେ । ହେଲେ ଦୁଃଖର ବିଷୟ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।