V2.jpg

ବୋମାମାଳ ପିନ୍ଧି ବିଧାନସଭାରେ ପହଞ୍ଚିଲେ ବିଧାୟକ

National & International

v2

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ହରଦ‌ାର କଂଗ୍ରେସ ବିଧାୟକ ରାମକିଶୋର ଦୋଗନେ ବେକରେ ଏକ ବୋମାମାଳ ପକାଇ ବିଧାନସଭାରେ ପହଞ୍ଚିଥିବା ଘଟଣା ଚର୍ଚ୍ଚାକୁ ଆସିଛି। ବିଧାୟକଙ୍କ ଏଭଳି ଅବତାର ଦେଖି ବିଧାନସଭାରେ ଉପସ୍ଥିତ ଥିବା ପ୍ରତିଟି ବ୍ୟକ୍ତି ଚକିତ ଓ ଭୟଭୀତ ହୋଇଯାଇଥିଲେ। ପରେ ଜଣାପଡ଼ିଲା କି ରାମକିଶୋର ବେକରେ ପକାଇଥିବା ବେ‌ାମାମାଳ ଅସଲି ନୁହେଁ।
ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ହରଦା ଜିଲ୍ଲାସ୍ଥିତ ଏକ ବେଆଇନ ବାଣ କାରଖାନାରେ ଭୟାନକ ବିସ୍ଫୋରଣ ହୋଇଥିଲା। ଏଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୬୦ ଜଣ ଆହତ ହୋଇଥିଲେ। ୫୦ରୁ ଅଧିକ ଘର ଜଳିଯାଇଥିଲା। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ୨୦ରୁ ଅଧିକ ଆହତଙ୍କ ଅବସ୍ଥା ଉଦ୍‌ବେଗଜନକ ଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ଏହି ବିସ୍ଫୋରଣ ଘଟଣାରେ ରାଜ୍ୟ ସରକାର ଜିଲ୍ଲାପାଳ ଋଷି ଗର୍ଗଙ୍କୁ ବଦଳି କରିବା ସହିତ ଏସପି ସଞ୍ଜୀବ କୁମାର କଞ୍ଚନଙ୍କୁ ଭୋପାଳ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରିଛନ୍ତି।

ବାଣ କାରଖାନାରେ ହୋଇଥିବା ବିସ୍ଫୋରଣ ଘଟଣାକୁ ନେଇ ବିରୋଧୀ ଦଳର ବିଧାୟକ ରାମକିଶୋର ଦୋଗନେ ମହାତ୍ମାଗାନ୍ଧିଙ୍କ ପ୍ରତିମା ସମ୍ମୁଖରେ ଧାରଣା ଦେଇଛନ୍ତି। ଏଥିସହିତ ସେ କହିଛନ୍ତି,‘ ୪ଲକ୍ଷ ଟଙ୍କାର ସହାୟତ ଓ ଜିଲ୍ଲାପାଳ ଓ ଏସପିଙ୍କୁ ବଦଳି କରିଦେଲେ କିଛି ହେବ ନାହିଁ। ଏହି ଘଟଣାକୁ ଗମ୍ଭୀରତା ସହ ନେଇ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।’