Capture 7 750x430 1 1.jpg

ଗୋଟିଏ ଦିନ ବଢିପାରେ ବଜେଟ୍ ଅଧିବେଶନ, ଆସିବ ୟୁପିଏ ସରକାରଙ୍କ ଆର୍ଥିକ ନୀତି ଉପରେ ଶ୍ବେତପତ୍ର !

National & International

Capture-7-750x430

ନୂଆଦିଲ୍ଲୀ: ସଂସଦର ଚଳିତ ବଜେଟ୍ ଅଧିବେଶନକୁ ଗୋଟିଏ ଦିନ ବୃଦ୍ଧି କରାଯାଇପାରେ। ପୂର୍ବ ମିଳିତ ପ୍ରଗତିଶୀଳ ମେଣ୍ଟ (ୟୁପିଏ) ସରକାରଙ୍କ ଅର୍ଥନୈତିକ ନୀତି ବିରୋଧରେ କେନ୍ଦ୍ର ସରକାର ଶ୍ୱେତପତ୍ର ଆଣିବେ ବୋଲି କୁହାଯାଉଛି।
ସୂତ୍ରରୁ ପ୍ରକାଶ ଯେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ୧୦ ବର୍ଷ ମଧ୍ୟରେ ୟୁପିଏ ସରକାରଙ୍କ ଅର୍ଥନୈତିକ ଅବ୍ୟବସ୍ଥା ଉପରେ ଶୁକ୍ରବାର କିମ୍ବା ଶନିବାର କେନ୍ଦ୍ର ସରକାର ଏକ ଶ୍ୱେତପତ୍ର ପ୍ରକାଶ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ଶ୍ୱେତପତ୍ରରେ ୟୁପିଏ ସରକାର ସମୟରେ ଅର୍ଥନୀତିର ଅବ୍ୟବସ୍ଥା ଓ ଦେଶର ଅର୍ଥନୀତି ଉପରେ ପଡ଼ିଥିବା ତାହାର ନକାରାତ୍ମକ ପ୍ରଭାବ ଉପରେ ଆଲୋକପାତ କରାଯିବ । ତେବେ କେବଳ ଅର୍ଥନୈତିକ କୁପରିଚାଳନା ନୁହେଁ, ସେହି ସମୟରେ ନିଆଯାଇଥିବା ସକାରାତ୍ମକ ପଦକ୍ଷେପର ପ୍ରଭାବ ବିଷୟରେ ମଧ୍ୟ ଏଥିରେ ଆଲୋଚନା ହେବ। ଏହି କାରଣରୁ ସଂସଦର ଅଧିବେଶନକୁ ମଧ୍ୟ ଗୋଟିଏ ଦିନ ପାଇଁ ବୃଦ୍ଧି କରାଯିବ।
ସଂସଦର ବଜେଟ୍ ଅଧିବେଶନ ଜାନୁଆରି ୩୧ରୁ ଫେବ୍ରୁଆରି ୯ ପର୍ଯ୍ୟନ୍ତ ଚାଲିବାର ଥିଲା । ଏବେ ତାହାକୁ ୧୦ ତାରିଖ ପର୍ଯ୍ୟନ୍ତ ବଢାଯାଇପାରେ । ଚଳିତ ଲୋକସଭାର ଏହା ହେବ ଶେଷ ଅଧିବେଶନ । ତାପରେ ଆସନ୍ତା ମାସରେ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିସନ ତାରିଖ ଘୋଷଣା କରିପାରନ୍ତି ।