Bf439c43 42e9 4d97 Abf3 Ae58cc6e932d.jpg

ଆଡ଼ଭାନୀଙ୍କୁ ପ୍ରକୃତ ସମ୍ମାନ ଦିଆଯାଇନାହିଁ, ଭାରତରତ୍ନ ଘୋଷଣା ପରେ ଏପରି କହିଲା କଂଗ୍ରେସ

National & International

bf439c43-42e9-4d97-abf3-ae58cc6e932d

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ଭେଟେରାନ ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି | ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯିବ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ମୁଁ ତାଙ୍କ ସହ କଥା ହୋଇ ଅଭିନନ୍ଦନ ଜଣାଇଛି। ଆଡଭାନୀ ଆମ ସମୟର ଅନ୍ୟତମ ସମ୍ମାନିତ ରାଜନେତା ଏବଂ ଭାରତର ବିକାଶରେ ତାଙ୍କର ଅବଦାନ ଅବିସ୍ମରଣୀୟ। ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ଲାଲ କୃଷ୍ଣ ଆଡଭାନୀ ତୃଣମୂଳ ସ୍ତରରେ କାମ କରି ଦେଶର ଉପପ୍ରଧାନମନ୍ତ୍ରୀ ହୋଇଥିଲେ। ସେ ଆମର ଗୃହମନ୍ତ୍ରୀ ତଥା ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଭାବରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଲାଲକୃଷ୍ଣ ଆଡଭାନୀ ୩ ଥର ବିଜେପିର ଜାତୀୟ ସଭାପତି ହୋଇଛନ୍ତି।

ତେବେ ଏହି ଘୋଷଣା ପରେ ମହିଳା କଂଗ୍ରେସ ଅଧ୍ୟକ୍ଷା ଅଳକା ଲାମ୍ବା କହିଛନ୍ତି ଯେ ମୁଁ ଶୁଣିଥିଲି ଯେ ମୋହନ ଭାଗବତଙ୍କୁ ଭାରତରତ୍ନ ଦିଆଯିବ | ସେହିପରି କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜନୈତିକ ଲାଭ ପାଇଁ ସବୁକିଛି କରନ୍ତି | କଂଗ୍ରେସ ନେତା ଉଦିତ ରାଜ କହିଛନ୍ତି ଯେ ଏଲ.କେ ଆଡଭାନୀଙ୍କୁ ସରକାରୀ ସମ୍ମାନ ଦିଆଯାଇଛି କିନ୍ତୁ ଦଶ ବର୍ଷ ମଧ୍ୟରେ ପ୍ରକୃତ ସମ୍ମାନ ଦିଆଯାଇ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ଥର ତାଙ୍କୁ ମଂଚ ଉପରେ ଅଣଦେଖା କରି ଚାଲିଥିଲେ। ତାଙ୍କୁ ରାଷ୍ଟ୍ରପତି କରାଯାଇନଥିଲା ।