ଆମେରିକା ସହ ମିନେରାଲ ଡିଲ୍ ପାଇଁ ୟୁକ୍ରେନ ରାଜି । ଲଣ୍ଡନ ସମ୍ମିଳନୀରେ ଅବସରରେ ଏହା କହିଛନ୍ତି ଜେଲେନସ୍କି । ସେ କହିଛନ୍ତି ଆମେରିକା ସହ ଖଣି ଡିଲ୍ ପାଇଁ ଆମେ ପ୍ରସ୍ତୁତ । ଆମେରିକା ମଧ୍ୟ ଅନୁରୂପ ଭାବେ ପ୍ରସ୍ତୁତ ବୋଲି ମୁଁ ଆଶା କରୁଛି। କାରଣ ଏହା ଏକ ଦ୍ବିପାକ୍ଷିକ କାର୍ଯ୍ୟ ।
ଦୁଇ ଦିନ ପୂର୍ବରୁ ଟ୍ରମ୍ପଙ୍କ ସହ ଯୁକ୍ତିତର୍କ ପରେ ହ୍ବାଇଟ ହାଉସରୁ ବିଦା ହୋଇଥିଲେ ଜେଲେନସ୍କି । ଖଣି ରାଜିନାମାରେ ସ୍ବାକ୍ଷର କରିବାକୁ ଯାଇଥିଲେ ଜେଲେନସ୍କି । କିନ୍ତୁ ଓଭାଲ ଅଫିସରେ ଟ୍ରମ୍ପଙ୍କ ସହ ତାଙ୍କର ବାକ ଯୁଦ୍ଧ ହୋଇଥିଲା। ଫଳରେ ଡିଲ୍ ହେବା ପରିବର୍ତ୍ତେ ସେ ହ୍ବାଇଟ୍ ହାଉସରୁ ବିଦା ହୋଇଥିଲେ ।
ସେଠାରୁ ସେ ଲଣ୍ଡନ ଆସିଥିଲେ । ଅନ୍ୟପଟେ ପୂର୍ବରୁ ଆମେରିକା ଦେଇଥିବା ସହାୟତା ପାଇଁ ଜେଲେନସ୍କି ଆମେରିକାକୁ କୃତଜ୍ଞତା ଜଣାଇଛନ୍ତି । ଏକ ଭିଡିଓ ବାର୍ତ୍ତାରେ କୃତଜ୍ଞତା ଜଣାଇଛନ୍ତି । ଓଭାଲ ଅଫିସରରେ ବାକ୍ ଯୁଦ୍ଧ ପରେ ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଥିଲେ ଏହା ଟ୍ରମ୍ପଙ୍କ ପ୍ରତି ଅସମ୍ମାନ। ଜେଲେନସ୍କିଙ୍କୁ ଅକୃତଜ୍ଞ କହିଥିଲେ ।