Onn 3

ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା ସମ୍ପର୍କୀତ ଆଲୋଚନାଚକ୍ର

State

ଆଗରପଡ଼ା :ନୂଆ-ଓ ପକ୍ଷରୁ ଆୟୋଜିତ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା ସମ୍ପର୍କୀତ ଏକ ଆଲୋଚନାଚକ୍ର ଆଗରପଡ଼ା କଲେଜରେ ପରିଚାଳନା କମିଟି ସଭାପତି ପ୍ରଶାନ୍ତ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ଃ ଶଶୀଧର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅଧ୍ୟାପକ ଅରବିନ୍ଦ ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରୋଗ୍ରାମ ନୋଡ଼ାଲ ଅଫିସର ଅଧ୍ୟାପିକା ପ୍ରେମଲତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷ ନାରାୟଣ ପାତ୍ର,ଅଧ୍ୟାପକ ବିକାଶ ମହାପାତ୍ର,ନାରାୟଣ ପୁରି,ଅନ୍ୟତମ ନୋଡ଼ାଲ ଅଫିସର ଅଧ୍ୟାପକ ଡ଼ଃ ହରିହର ଦାସ, ମୁଖ୍ୟ ସହାୟମ ବିଜୟ ଦାସ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଅଧ୍ୟାପକ ତାରାକାନ୍ତ ମଲ୍ଲିକ,ବିଜୟ ଷେଣ୍ଢ,ପବିତ୍ର ଦାସ,ଚୈତନ ପରିହା,ଅଧ୍ୟାପିକା ସ୍ୱୟଂସିଦ୍ଧା ମିଶ୍ର,ସାବିତ୍ରୀ ଦାସ,ରାଜେନ୍ଦ୍ର ପାଣିଗ୍ରାହୀ,ଗଙ୍ଗାଧର ଦାସ,ନିରଂଜନ ପାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ । ଏଥିରେ ଅଭିଭାବକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।