Onn 3

ଦୁଇ ସଶସ୍ତ୍ର ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ; ଜଣେ ମୃତ, ୪ ଗୁରୁତର

State

manipur

ମଣିପୁରର କାଙ୍ଗପୋକପି ଜିଲ୍ଲାରେ ଶନିବାର ସକାଳେ ଦୁଇ ସଶସ୍ତ୍ର ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇ ଜଣେ ଗ୍ରାମୀଣ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଯେତେବେଳେ ଏକ ସଶସ୍ତ୍ର ଗୋଷ୍ଠୀ ସତାଙ୍ଗ କୁକିଙ୍କ ପାହାଡ଼ି ଗାଁରେ ପ୍ରବେଶ କରିଥିଲେ ଏବଂ ବୋମା ଓ ବନ୍ଧୁକ ଦ୍ୱାରା ଆକ୍ରମଣ ଆରମ୍ଭ କରିଥିଲେ, ସେତେବେଳେ ଗୁଳି ବିନିମୟ ଆରମ୍ଭ ହୋଇଥିଲା ।

ପୋଲିସ କହିଛି ଯେ ସତାଙ୍ଗ ଗାଁରେ ଅତିରିକ୍ତ ପୋଲିସ ଫୋର୍ସ ପହଞ୍ଚିବା ପରେ ଆକ୍ରମଣକାରୀମାନେ ପଛକୁ ହଟିଥିଲେ ଏବଂ ସଂଘର୍ଷ ବନ୍ଦ ହୋଇଥିଲା । ସେପଟେ ଆହତମାନଙ୍କୁ ଇମ୍ଫାଲର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି ଯେ ଜଣଙ୍କ ମୁହଁରେ ଏବଂ ଅନ୍ୟ ଜଣଙ୍କ ଜଙ୍ଘରେ ଗୁରୁତର ଆଘାତ ଲାଗିଛି । ସଶସ୍ତ୍ର ପୋଲିସ ବାହିନୀ ଅଞ୍ଚଳରେ ପହଞ୍ଚିବା ପରେ ଉଭୟ ଗୋଷ୍ଠୀ ପଛକୁ ହଟିଯାଇଥିଲେ ।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଆହତମାନଙ୍କ ମଧ୍ୟରୁ ଜଣଙ୍କ ମୁହଁରେ ବୋମାର ଖଣ୍ଡବିଖଣ୍ଡିତ ଅଂଶ ପଶିଛି ଏବଂ ଅନ୍ୟ ଜଣଙ୍କ ଜଙ୍ଘରେ ଆଘାତ ଲାଗିଛି । ସୂଚନାଯୋଗ୍ୟ, ମେ’ ୩ରେ ରାଜ୍ୟରେ ଜାତିଗତ ହିଂସା ଆରମ୍ଭ ହୋଇଥିଲା।