Onn 3

ଏବେ କାଶୀ, ମଥୁରା ବାକି ଅଛି :ଗିରିରାଜ ସିଂ

National & International

 

ନୂଆଦିଲ୍ଲୀ: ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଜ୍ଞାନବାପି ମସଜିଦ ପରିସରର ସର୍ଭେ ରିପୋର୍ଟ ହିନ୍ଦୁ ଓ ମୁସଲମାନ ପକ୍ଷକୁ ପ୍ରଦାନ କରାଯାଇଛି। ହିନ୍ଦୁ ପକ୍ଷର ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ ଗୁରୁବାର (ଜାନୁଆରୀ ୨୬) ଦାବି କରିଛନ୍ତି ଯେ ଏଏସଆଇ ରିପୋର୍ଟରୁ ଜଣାପଡିଛି ଯେ ସେଠାରେ ପୂର୍ବରୁ ଥିବା ଏକ ବିଶାଳ ମନ୍ଦିରର ଅବଶେଷ ଉପରେ ଜ୍ଞାନବାପି ମସଜିଦ ନିର୍ମାଣ କରାଯାଇଥିଲା। ସେପଟେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଶୁକ୍ରବାର (ଜାନୁଆରୀ ୨୬) କହିଛନ୍ତି ଯେ କାଶୀ ଓ ମଥୁରା ବାକି ରହିଛି।

ବିଜେପିର ବରିଷ୍ଠ ନେତା ଗିରିରାଜ ସିଂ କହିଛନ୍ତି, ଦେଶର ସମସ୍ତ ସନାତନୀଙ୍କ ପାଇଁ ସବୁଠାରୁ ବଡ଼ ଆଶ୍ୱସ୍ତି ହେଉଛି ଅଯୋଧ୍ୟାରେ ରାମ ଭଗବାନ ମନ୍ଦିର ନିର୍ମାଣ। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଦାଲତ ଯୋଗୁଁ ସମ୍ଭବ ହୋଇଥିଲା। ଭାରତର ସନାତନୀ ଜାଗ୍ରତ ହୋଇଛନ୍ତି। ଏବେ ମଥୁରା ଓ କାଶୀ ବାକି ରହିଛି। ମଥୁରା ଏବଂ କାଶୀ ଆମକୁ ଦିଆଯାଉ, ଯାହାଦ୍ୱାରା କୌଣସି ଅସୁବିଧା ହେବ ନାହିଁ । ଏଏସଆଇ ସମସ୍ତ ପ୍ରମାଣ ଦେଇସାରିଛି।

ନିକଟରେ ବାରଣାସୀ ଜିଲ୍ଲା ଅଦାଲତ କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଥିବା ଜ୍ଞାନବାପି ମସଜିଦ ପରିସରର ସର୍ଭେ ରିପୋର୍ଟ ଉଭୟ ପକ୍ଷଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ଗତବର୍ଷ ଜୁଲାଇ ୨୧ ତାରିଖରେ ଜିଲ୍ଲା ଅଦାଲତଙ୍କ ନିର୍ଦ୍ଦେଶ ପରେ ଏଏସ୍ଆଇ କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଥିବା ଜ୍ଞାନବାପି କମ୍ପ୍ଲେକ୍ସର ବୈଜ୍ଞାନିକ ସର୍ଭେ କରି ହିନ୍ଦୁ ମନ୍ଦିରର ପୂର୍ବରୁ ଥିବା ଏକ ଢାଞ୍ଚା ଉପରେ ମସଜିଦ୍ ନିର୍ମାଣ ହୋଇଛି କି ନାହିଁ ତାହା ଜାଣିବାକୁ ଚେଷ୍ଟା କରିଥିଲା।