Onn 3

ଚିଲିକା ମଧ୍ୟରେ ଡଙ୍ଗାରୁ ଖସି ପଡି ଚାଳକ ମୃତ

State

chilika-3

ଟାଙ୍ଗି : ଚିଲିକା ମଧ୍ୟରେ ଡଙ୍ଗାରୁ ଖସି ଡଙ୍ଗା ଚାଳକ ମୃତ | ମୃତ ଡଙ୍ଗା ଚାଳକଙ୍କ ନାମ ମୁନା ଦିହୁଡ଼ି (୩୩)। ସେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ସାମନ୍ତରାୟପୂର ଅଂଚଳର ବୋଲି ଜଣାଯାଇଛି । ମୃତ୍ୟୁର କାରଣ ଜଣାପଡିନାହିଁ । ସବୁଦିନ ପରି ଜୀବନ ଜୀବିକା ପାଇଁ ସେ ଚିଲିକା ମଧ୍ୟକୁ ଯାଇଥିଲେ। ତେବେ କଣ ପାଇଁ ଡଙ୍ଗାରୁ ପଡି ମୃତ୍ୟୁବରଣ କଲେ ତାହା ଜଣାପଡିନାହିଁ । ବାଲୁଗାଁ ଅଗ୍ନିଶମ ବାହିନୀ ମୃତ ଦେହ ଉଦ୍ଧାର କରି ବାଲୁଗାଁ ଡାକ୍ତରଖାନାରେ ପହଞ୍ଚାଇଛନ୍ତି।