Onn 3

ଭାରତୀୟ ନୌସେନା ନଜରରେ ଚୀନ ଗୁପ୍ତଚର ଜାହାଜ

National & International

fhf

ନୂଆଦିଲ୍ଲୀ: ମାଳଦ୍ୱୀପର ଏକ ବନ୍ଦରରେ ଚୀନ୍ ଗୁପ୍ତଚର ଜାହାଜ ‘ସିଆଙ୍ଗ ୟାଙ୍ଗ ହଙ୍ଗ- ୩’ ଜାହାଜକୁ ରହିବାକୁ ମାଳଦ୍ବୀପ ସରକାର ଅନୁମତି ଦେଇଛନ୍ତି। ଏ ନେଇ ଭାରତ ବୁଧବାର କହିଛି ଯେ ଆମେ ଚୀନ ଜାହାଜ ଉପରେ ନଜର ରଖିବୁ।

ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଭାରତୀୟ ନୌସେନା ଭାରତ ମହାସାଗର ଅଞ୍ଚଳରେ ‘ ସିଆଙ୍ଗ ୟାଙ୍ଗ ହଙ୍ଗ୍-୩’ ଉପରେ ନଜର ରଖିବ। ଏହି ଜାହାଜ ଯେପରି ମାଳଦ୍ୱୀପର ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ କୌଣସି ଗବେଷଣା କାର୍ଯ୍ୟ କରିପାରିବ ନାହିଁ ସେଥିପାଇଁ ଏହା ନିଶ୍ଚିତ କରାଯିବ ।

ମାଳଦ୍ୱୀପର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ମାଳଦ୍ୱୀପର ଜଳସୀମାରେ ରହି ଚୀନର ଜାହାଜ ‘ସିଆଙ୍ଗ ୟାଙ୍ଗ ହଙ୍ଗ୍-୩’ କୌଣସି ଗବେଷଣା କାର୍ଯ୍ୟ କରିବ ନାହିଁ, କିନ୍ତୁ ଭାରତୀୟ ପ୍ରତିରକ୍ଷା ପ୍ରତିଷ୍ଠାନର ସୂତ୍ରରୁ ପ୍ରକାଶ ଯେ ଭାରତ ଜାହାଜର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛି।

ଭାରତ ଓ ମାଳଦ୍ୱୀପ ମଧ୍ୟରେ ସମ୍ପର୍କରେ ତିକ୍ତତା ମଧ୍ୟରେ ଚୀନ୍ ଜାହାଜକୁ ଏହି ଅନୁମତି ମିଳିଛି। ମାଳଦ୍ୱୀପର ନୂତନ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ କ୍ଷମତାକୁ ଆସିବା ଏବଂ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କର ପ୍ରଥମ ବିଦେଶ ଗସ୍ତରେ ତୁର୍କୀଗସ୍ତ କରିଥିଲେ । ପାରମ୍ପରିକ ଭାବରେ ମାଳଦ୍ୱୀପ ରାଷ୍ଟ୍ରପତିମାନେ ତାଙ୍କର ପ୍ରଥମ ବିଦେଶ ଗସ୍ତରେ ଭାରତ ଗସ୍ତରେ ଆସୁଥିଲେ ।