Onn 3

ବାସୁଦେବପୁରରେ ଜଳୁଛି ୭ ଫୁଟ୍‌ ଉଚ୍ଚର ବିଶାଳ ଦୀପ

State

Bhadrak_1705922955

ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି। ସେଥିପାଇଁ ସାରା ଭାରତ ଉତ୍ସବ ମୁଖର ହୋଇଛି। ଏଥିରୁ କେମିତିବା ବଞ୍ଚିତ ହେବ ଓଡ଼ିଶା? ସେଥିପାଇଁ କେଉଁଠି ହନୁମାନ ଚାଳିଶା ପଢ଼ା ଯାଉଛି ତ ଆଉ କେଉଛି ଦୀପ ଦାନ କରାଯାଉଛି। ପ୍ରଭୁ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଜଳୁଛି ୭ ଫୁଟ୍‌ ଉଚ୍ଚର ବିଶାଳ ଦୀପ।

ବାସୁଦେବପୁର ବ୍ଲକ୍‌ ରୋଡ୍‌ କାଳୀପୂଜା କମିଟି ପକ୍ଷରୁ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଆୟୋଜନ କରାଯାଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ପ୍ରଥମେ ପୂଜାର୍ଚ୍ଚନା କରାଯାଇଥିଲା। ତା’ପରେ ବିଶାଳ ଦୀପରେ ଅଗ୍ନି ସଂଯୋଗ କରାଯାଇଥିଲା। ଦୀପର ଉଚ୍ଚତା ୭ ଫୁଟ ଓ ଓସାର ୧୫ ଫୁଟ ରହିଛି। ଆଜି ମଧ୍ୟାହ୍ନ ୧୨ଟା ୨୯ ମିନିଟ୍‌ ସମୟରେ ଏହି ମହାଦୀପରେ ଅଗ୍ନି ସଂଯୋଗ କରାଯାଇଥିଲା। ମହାଦୀପରେ ୧୨,୦୦୦ ଲିଟର ଘୄତ ଓ ତୈଳ ଦିଆଯାଇଥିଲା।

ମହାଦୀପକୁ ଦେଖିବା ପାଇଁ ଜିଲ୍ଲାର ରାମ ଭକ୍ତ ଓ ସାଧାରଣ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି। ଆଉ ପ୍ରଭୁ ଶ୍ରୀରାମଙ୍କୁ ପ୍ରାର୍ଥନା କରିବା କରିଥିଲେ। ଭଜନ କୀର୍ତ୍ତନରେ ପ୍ରକମ୍ପିତ ହେଉଛି ପରିବେଶ। ଏଥି ସହିତ ପ୍ରଭୁ ରାମଚନ୍ଦ୍ରଙ୍କର ବିଭିନ୍ନ ପୂଜା ଅର୍ଚ୍ଚନା ମଧ୍ୟ ଚାଲିଛି।