Onn 3

ମୋତେ ଲାଗୁଛି ମୁଁ ଏହି ଧରିତ୍ରୀ ମା’ର ସବୁଠାରୁ ଭାଗ୍ୟ‌ଶାଳୀ ମଣିଷ: ଅରୁଣ ଯୋଗୀରାଜ

National & International

IMAGE_1705920265

ନୂଆଦିଲ୍ଲୀ: କର୍ଣ୍ଣାଟକ ମହିଶୂରର ସ୍ଥପତି ଅରୁଣ ଯୋଗୀରାଜଙ୍କ ହାତ ତିଆରି ମୂର୍ତ୍ତି ଶ୍ରୀରାମଙ୍କ ମନ୍ଦିରର ଗର୍ଭ ଗୃହରେ ସ୍ଥାପନ କରାଯାଇ ଆଜି ପ୍ରାଣପ୍ରତିଷ୍ଠା ହୋଇଛି।

୩ଟି ୫ ବର୍ଷୀୟ ବାଳୁତ ରାମଲାଲାଙ୍କ ଶୈଶବାବସ୍ଥାର ରୂପକୁ ଆଧାର କରି ବିଗ୍ରହ ତିଆରି ହୋଇଥିଲା। ଏହି ତିନିଟି ମୂର୍ତ୍ତି ମଧ୍ୟରୁ  ଅରୁଣ ଯୋଗୀରାଜଙ୍କ ଦ୍ବାରା ନିର୍ମିତ ମୂର୍ତ୍ତି ଗର୍ଭଗୃହରେ ସ୍ଥାପନ ପାଇଁ ଚୟନ ହୋଇଥିବା ‌ବେଳେ  ବାକି ଦୁଇଟିକୁ ମନ୍ଦିରର ଅନ୍ୟ ଯାଗାରେ ସ୍ଥାପନ କରାଯାଇଛି।

ତେବେ ବର୍ଷବର୍ଷ ଧରି ଯେଉଁ ଦିନକୁ ଅପେକ୍ଷା ଥିଲା ଆଜି ଆସି ସେହିଦିନ ପହଞ୍ଚି ଯାଇଛି। ଜାନୁଆରି ୨୨ ତାରିଖରେ ଅର୍ଥାତ ଆଜି ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି। ଏଥିପାଇଁ ଅନେକ ଅତିଥି, ସାଧୁସନ୍ଥ ଅଯୋଧ୍ୟାରେ ଆସି ପହଞ୍ଚିଛନ୍ତି। ଏହି କ୍ରମରେ ରାମଲଲ୍ଲାଙ୍କ ବିଗ୍ରହ ତିଆରି କରିଥିବା ଅରୁଣ ଯୋଗୀରାଜ ଅଯୋଧ୍ୟା ମାଟିରେ ପହଞ୍ଚି ନିଜ ମନର କଥା କହିଛନ୍ତି।

ଅରୁଣଙ୍କ କହିବାନୁସାରେ, ‘ମୋତେ ଲାଗୁଛି ମୁଁ ଏହି ଧରିତ୍ରୀ ମା’ର ସବୁଠାରୁ ଭାଗ୍ୟ‌ଶାଳୀ ମଣିଷ। ମୋ ସହିତ ମୋ ପୂର୍ବଜଙ୍କ ସମତେ ପରିବାର ଓ ରାମଲଲ୍ଲାଙ୍କ ଆର୍ଶୀବାଦ ରହିଛି। ବେଳେ ବେଳେ ରାମଲଲ୍ଲାଙ୍କ ବିଗ୍ରହକୁ ମୁଁ ତିଆରି କରିଛି ବୋଲି ବିଶ୍ବାସ ହୁଏ ନାହିଁ । ସ୍ବପ୍ନ ଭଳି ଲାଗୁଛି। କେବେ ଭାବି ନଥିଲି ପ୍ରଭୁଙ୍କୁ ମୁଁ ମୋର ହାତରେ ଗଢ଼ିବି। ସେଥିରେ ପୁଣି ପ୍ରାଣପ୍ରତିଷ୍ଠା ହେବ। ମୋ ଜୀବନ ତ ଧନ୍ୟ ହୋଇଗଲା। ଜୀବନରେ ଆଉ କ’ଣ ଆବଶ୍ୟକ ଆଜ୍ଞା।’