ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ନାରାୟଣୀ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଦୁର୍ଘଟଣାରେ ଆଖିବୁଜିଲେ ଦମ୍ପତି । ମୃତ ଦମ୍ପତି ହେଲେ ଆୟତପୁର ଗାଁର ବାବୁଲା ପ୍ରଧାନ ଓ ବାଟୁରୀ ପ୍ରଧାନ । ଆଜି ସକାଳେ ଉଭୟ ବାଇକରେ ନିଜ ଗାଁରୁ ବାହାରି ପେଟ୍ରୋଲ ପକାଇବାକୁ ଯିବା ସମୟରେ ନାରାୟଣୀ ଛକରେ ଏକ କାର୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।
ଦୁର୍ଘଟଣାରେ ଉଭୟ ଗୁରୁତର ଆହାତ ହୋଇଥିଲେ । ତୁରନ୍ତ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ୱୁଲାନସ ଯୋଗେ ଖଲ୍ଲିକୋଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଦୁର୍ଘଟଣା ଘଟାଇଥିବା କାର୍ କୁ ଜବତ କରାଯାଇଥିବା ବେଳେ କାର୍ ଡ୍ରାଇଭରକୁ ଅଟକ ରଖିଛି ଖଲ୍ଲିକୋଟ ଥାନା ପୋଲିସ୍ । ଘଟଣା ନେଇ ଅଧିକ ତଦନ୍ତ ଆରମ୍ଭ ହୋଇଛି ।