Onn 3

ସରକାରଙ୍କ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବ୍ୟାପକ ଅବ୍ୟବସ୍ଥା ନେଇ ଖେଳାଳି ମାନଙ୍କ ୧ ଘଣ୍ଟା ଧରି ୨୨୦ ନମ୍ବର ଜାତୀୟ ରାଜପଥ ରାସ୍ତା ଅବରୋଧ

State

ବାରିପଦା: ଗତ ୧୭ ରୁ ଆଜି ୨୧ ତାରିଖ ପର୍ଯ୍ୟନ୍ତ ସରକାରଙ୍କ ନୂଆ ଓ କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ପୁରୁଷ ଓ ମହିଳା ଦୁଇଟି ବିଭାଗରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ଉଦଯାପିତ ହୋଇଥିଲା । କିନ୍ତୁ ଖେଳ ସରିବା ବେଳକୁ ଆଜି ଅପରାହ୍ନ ୧ ଟାଏ ପରେ ହୋଇ ଯାଇଥିଲା । ଖେଳାଳିମାନେ ଖାଇବାକୁ ଡହଳ ବିକଳ ହୋଇଥିଲେ ।ହେଲେ ସେମାନଙ୍କୁ କୁହା ଯାଇଥିଲା ବାରିପଦା ନିଜ ଖର୍ଚ୍ଚରେ ଯାଅ ‌ସେଠାରେ ଖାଇବାକୁ ଦେବା ସହ ପୁରସ୍କାର ରାଶି ୩୦,୦୦୦ ଟଙ୍କା ଦିଆଯିବ । ବହଳଦା ରନର୍ସ ଅପ୍ ବିଜେତା ମାନେ କହିଲେ ଆମ ପାଖରେ ଟଙ୍କା ନାହିଁ ବାରିପଦା ଯିବାକୁ ଏବଂ ବର୍ତ୍ତମାନ ଖାଇବାକୁ ମଧ୍ଯ ଟଙ୍କା ନାହିଁ ।ଏଠାରେ ତ ଖେଳ ସରିଲା ତେଣୁ ପୁରସ୍କାର ରାଶି ଏଠାରେ ଦିଅନ୍ତୁ । ସ୍ଥାନୀୟ ପ୍ରଶାସନ କହିଲେ ବାରିପଦା ପ୍ରଶାସନ ବୁଝିବ । ଏହାକୁ ନେଇ ଭୋକ ଉପାସରେ ଥିବା ଫୁଟବଲ ଖେଳାଳୀ ମାନେ ଦୁର୍ଗାମଣ୍ଡପ ଛକରେ ୧ ଘଣ୍ଟା ଧରି ରାସ୍ତାରୋକ କରିଥିଲେ । ଘଟଣାସ୍ଥଳରେ ପହଞ୍ଚି ଏବିଡିଇଓ ସୁରାଇ ମାରାଣ୍ଡି , ଥାନାଧିକାରୀ ସୁଚନ୍ଦ୍ର ମହାଳିକ ବହୁତ ବୁଝାବୁଝି କଲାପରେ ଖେଳାଳି ମାନେ ରାସ୍ତା ଅବରୋଧରୁ ହଟିଥିଲେ ।ଉଭୟ ପାର୍ଶ୍ବରେ ଟ୍ରକ ଓ ଭାରିଯାନ ଅଟକି ରହିଥିଲା ।ପ୍ରଶାସନ ତରଫରୁ ପରେ ଖାଇବା ବ୍ୟବସ୍ଥା କରାଯିବା ସହ ସେମାନଙ୍କୁ ପରେ ତାଙ୍କ ଗାଁ ରେ ବିଜେତା ପୁରସ୍କୃତ ରାଶି ପ୍ରଦାନ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।