Onn 3

ଇସ୍ରାଏଲର କ୍ଷେପଣାସ୍ତ୍ର ଆକ୍ରମଣରେ ଇରାନର ଚାରି ଜଣ ଅଧିକାରୀ ମୃତ

National & International

IMAGE_1705755611

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟ ଦେଶଗୁଡିକ ମଧ୍ୟରେ ତିକ୍ତ ହେଉଛି ସମ୍ପର୍କ। ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ମଧ୍ୟରେ ମୁଣ୍ଡ ଟେକିଛି ଇରାନ। ଚାରି ଦିନ ତଳେ ଇରାନ ଇସ୍ରାଏଲ ଗୁପ୍ତଚର ମୁଖ୍ୟାଳୟ ଉପରେ ଟାର୍ଗେଟ କରିଥିବା ବେଳେ ଏବେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି।
ସିରିଆରେ ଥିବା ଇରାନର ସୁରକ୍ଷା ବାହିନୀ ଉପରେ ମିସାଇଲ ଆଟାକ୍ କରିଛି ଇସ୍ରାଏଲ। ଏଥିରେ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି)ର ଚାରିଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲର ପାଲଟା ଆକ୍ରମଣ ପରେ ମଧ୍ୟପ୍ରାଚ୍ୟ ଦେଶଗୁଡିକ ମଧ୍ୟରେ ଥିବା ତିକ୍ତତା ଆହୁରି ତୀବ୍ର ହୋଇପାରେ ବୋଲି ଆଶଙ୍କା କରାଯାଉଛି।
ଇରାନର ଷ୍ଟେଟ ଟିଭି ରିପୋର୍ଟ ଅନୁସାରେ, ସିରିଆ ରାଜଧାନୀ ଡମାସକସରେ ଥିବା ଇରାନ ପରାମର୍ଶଦାତାଙ୍କ ବାସଭବନ ଉପରକୁ ଟାର୍ଗେଟ କରିଛି ଇସ୍ରାଏଲ। ଇସ୍ରାଏଲର ମିସାଇଲ୍ ଆଟାକରେ ଚାରି ଜଣ ସାମରିକ ପରାମର୍ଶଦାତାଙ୍କ ମୃତ୍ୟୁ ଘଟିଛି।
ଜାନୁଆରୀ 16ରେ ଇରାକରେ ଥିବା ଇସ୍ରାଏଲର ଗୁପ୍ତଚର ମୁଖ୍ୟାଳୟ ଉପରେ ଆକ୍ରମଣ କରିଥିଲା ଇରାନ ଏଥିରେ 6 ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପଟେ ଇରାନ ଏବଂ ପାକିସ୍ତାନ ସମ୍ପର୍କ ମଧ୍ୟ ତିକ୍ତ ହେଉଛି। ଇରାନ ପାକିସ୍ତାନର ଜୈଶ ଅଲ-ଅଦଲ ଗୋଷ୍ଠୀର ମୁଖ୍ୟାଳୟ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଏହାପରେ ପାକିସ୍ତାନ ଏହାର ପାଲଟା ଜବାବ ଦେଇଥିଲା।