Onn 3

ପବିତ୍ର ମକର ସଂକ୍ରାନ୍ତି: ଶ୍ରୀମନ୍ଦିରରେ ମକର ଚୌରାସି ବେଶ

State

image-2-13

ପୁରୀ : ଆଜି ପବିତ୍ର ମକର ସଂକ୍ରାନ୍ତି । ସବୁଠି ଉତ୍ସବର ମାହୋଲ। ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି। ପରମ୍ପରା ଅନୁଯାୟୀ ଗତକାଲି ବାପଘରୁ ଶ୍ରୀମନ୍ଦିର ଲେଉଟିଛନ୍ତି ମା ଲକ୍ଷ୍ମୀ ଠାକୁରାଣୀ। ସାଙ୍ଗରେ ଆଣିଛନ୍ତି ମକର ଚାଉଳ। ମଧ୍ଯାନ୍ନଧୂପରେ ଲାଗି ହେବ ମକରଚାଉଳ ପ୍ରସାଦ। ଖାଲି ଶ୍ରୀମନ୍ଦିର ନୁହେଁ ପରମ୍ପରା ଅନୁଯାୟୀ ବିଭିନ୍ନ ମଠବାଡି ଓ ପୁରପଲ୍ଲୀରେ ପାଳିତ ହେଉଛି ବନ୍ଧୁତ୍ୱର ପର୍ବ ମକର ସଂକ୍ରାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆଜିଠାରୁ ସୂର୍ଯ୍ୟଦେବଙ୍କର ଆରମ୍ଭ ହୋଇଥାଏ ଉତ୍ତରାୟଣ ଗତି ।

ଏହି ଉତ୍ତରାୟଣ ସମୟରେ ଧିରେ ଧିରେ ଗରମ ଅନୁଭୁତ ହୋଇଥାଏ। ପ୍ରଭୂ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶଯାତ୍ରା ମଧ୍ୟରେ ମକର ସଂଙ୍କ୍ରାନ୍ତି ଏକ ପ୍ରମୂଖ ପର୍ବ ହୋଇଥିବା ବେଳେ ଶ୍ରୀମନ୍ଦିରରେ ପାଳିତ ହେବ ମକରବେଢା । ଏହି ଅବସରରେ ବିଭିନ୍ନ ସୁଗନ୍ଧିତ ପୁଷ୍ପ, ତୁଳସୀରେ ମାଳଚୂଳ ସହ ଛଅମୁର୍ତ୍ତୀ ଅଳଙ୍କାରରେ ବିଭୁଷିତ ହୋଇ ମକର ଚୌରାସୀ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନିତୀ ନିର୍ଘଣ୍ଟ ଅନୁସାରେ କରାଯାଇଛି । ସେପଟେ ପ୍ରତିଟି ଓଡିଆଙ୍କ ଘରେ ଘରେ ଆଜି ସୁସ୍ୱାଦୁ ମକର ଚାଉଳ ପ୍ରସ୍ତୁତ କରି ତାକୁ ଭୋଗ କରିବା ପରେ ବନ୍ଧୁ ପରିଜନଙ୍କୁ ବଣ୍ଟନ କରାଯାଉଛି ।