Za.jpg

ମୁମ୍ବାଇର ଏଷ୍ଟ୍ରେଲା ଟାୱାରରେ ଭୟାବହ ଅଗ୍ନିକାଣ୍ଡ

National & International

za

ମୁମ୍ବାଇ: ମୁମ୍ବାଇରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଡୋମ୍ବିଭଲି ଲୋଧା ଫେଜ୍-୨ ଖୋନା ଏଷ୍ଟ୍ରେଲା ଟାୱାରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୫ରୁ ୬ ମହଲା ବିଶିଷ୍ଟ ଏକ ଗ୍ୟାଲେରୀ ଜଳି ଯାଇଛି। ଅଗ୍ନିକାଣ୍ଡ ପରେ ଅଗ୍ନିଶମ ବାହିନୀର ୩ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି। ଅଗ୍ନିକାଣ୍ଡର କାରଣ ସର୍ଟସର୍କିଟ ବୋଲି କୁହାଯାଉଥିଲେ ମଧ୍ୟ ତାହା ସ୍ପଷ୍ଟ ହୋଇନାହିଁ। ଆଶ୍ୱସ୍ତିର ଖବର ହେଉଛି ଯେ ଲୋକମାନେ କୋଠାର କେବଳ ତୃତୀୟ ମହଲା ପର୍ଯ୍ୟନ୍ତ ରହୁଥିଲେ। ଅଗ୍ନିକାଣ୍ଡ ପରେ ଏଠାରେ ରହୁଥିବା ସମସ୍ତ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା।
ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ନିଆଁ ଏତେ ତୀବ୍ର ଥିଲା ଯେ ଏହା ଖୁବ୍ ଶୀଘ୍ର ଉପର ମହଲାକୁ ବ୍ୟାପିଯାଇଥିଲା। ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି, ଯେଉଁଥିରେ ଦେଖିବାକୁ ମିଳୁଛି ଯେ ବିଲ୍ଡିଂରୁ ଭୟଙ୍କର ନିଆଁ ବାହାରୁଛି । ଅଗ୍ନିଶମ ବାହିନୀର ଟିମ୍ ଦମକଳ ଗାଡି ଧରି ଘଟଣାସ୍ଥଳରେ ପହଂଚିଥିଲେ । ଏହି ଘଟଣାରେ ଏପର୍ଯ୍ୟନ୍ତ କେହି ମୃତାହତ ହୋଇନଥିବା ଜଣାପଡିଛି । ଘଟଣାସ୍ଥଳରେ ଏବେ ବି ୩ଟି ଦମକଳ ଗାଡ଼ି ନିଆଁ ଲିଭା କାମରେ ନିୟୋଜିତ ରହିଛି ।
କିଛିଦିନ ତଳେ ମୁମ୍ବାଇର ଗିରଗାଁଓ ଚୌପାଟିରେ ଥିବା ଏକ ବହୁତଳ ଅଟ୍ଟାଳିକାରେ ନିଆଁ ଲାଗିଥିଲା, ଯେଉଁଥିଲେ କିଛି ଲୋକ ପ୍ରାଣ ହରାଇଥିଲେ ଓ ଆଉ କିଛି ଆହତ ହୋଇଥିଲେ ।