Onn 3

ମନ୍ଦିରରେ ବସି ଭକ୍ତିରେ ’ଝାଞ୍ଜ’ ବଜାଇଲେ ପ୍ରଧାନମନ୍ତ୍ରୀ ମୋଦୀ

National & International

 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ର ଗସ୍ତରେ ଅଛନ୍ତି। ନାସିକରେ ଏକ ରୋଡ୍ ସୋ’ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ରାମ କଥା କୁଣ୍ଡ ଏବଂ କଳା ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି।

ତାଙ୍କ ସହ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଓ ଅଜିତ ପାୱାର ମଧ୍ୟ ପ୍ରାର୍ଥନା କରିଥିବାର ନଜର ଆସିଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅତ୍ୟନ୍ତ ଭକ୍ତିରେ ଦେଖିବାକୁ ମିଳିଥିଲା।

ମନ୍ଦିରରେ ବସି ପ୍ରଧାନମନ୍ତ୍ରୀ ‘ଝାଞ୍ଜ’ ନାମକ ଏକ ବାଦ୍ୟଯନ୍ତ୍ର ବଜାଉଥିବା ବେଳେ ଅନେକ ପୁରୋହିତ ରାମ ଭଜନ ଗାଇଥିବାର ନଜର ଆସିଥିଲେ। ମନ୍ଦିର ପୁରୋହିତମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ମୁଖରେ ରାମାୟଣର ‘ଯୁଦ୍ଧ୍‌ କାଣ୍ଡ’ ଭାଗ ମଧ୍ୟ ଗାଇଥିଲେ, ଯେଉଁଥିରେ ଭଗବାନ ରାମଙ୍କ ଅଯୋଧ୍ୟାକୁ ଫେରିବାର କଥା ରହିଛି।

ଆପଣଙ୍କୁ ଜଣାଇ ଦେଉଛୁ ଯେ ଏହାକୁ ମରାଠୀ ଭାଷାରେ ଗାନ କରାଯାଉଥିଲା, ହେଲେ ଏଆଇ ମାଧ୍ୟମରେ ହିନ୍ଦୀରେ ପିଏମ ମୋଦୀଙ୍କ ଆଗରେ ଅନୁବାଦ ହେଉଥିଲା।  ପ୍ରଧାନମନ୍ତ୍ରୀ ମୋଦୀ ଗୋଦାବରୀ ନଦୀ କୂଳରେ ରାମ କୁଣ୍ଡ ପରିଦର୍ଶନ କରିଥିଲେ, ଯେଉଁଠାରେ ତାଙ୍କୁ ପାରମ୍ପାରିକ ‘ପଗଡି’ ଉପହାରରେ ମିଳିଥିଲା।  ପ୍ରଧାନମନ୍ତ୍ରୀ ସେଠାରେ ଜଳ ପୂଜା ଏବଂ ଆରତୀ ମଧ୍ୟ କରିଥିଲେ।
ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ଆଜି ମୁମ୍ବାଇରେ ଭାରତର ଦୀର୍ଘତମ ସମୁଦ୍ର ସେତୁ ‘ଅଟଳ ସେତୁ’ ଉଦଘାଟନ କରିଛନ୍ତି। ମୋଟ ୧୭,୮୪୦ କୋଟିରୁ ଅଧିକ ମୂଲ୍ୟରେ ‘ଅଟଳ ସେତୁ’ ନିର୍ମାଣ କରାଯାଇଛି।