Onn 3

ମହିଳା ସବ-ଇନ୍ସପେକ୍ଟରଙ୍କୁ ଆକ୍ରମଣ, କର୍ପୋରେଟର ଅଟକ

Crime State

SUB4

ଭୁବନେଶ୍ୱର : ରାଜଧାନୀରେ ମହିଳା ସବ-ଇନ୍ସପେକ୍ଟରଙ୍କୁ ଆକ୍ରମଣ । କର୍ପୋରେଟର ଅଟକ । ପୁରୀ ବାଇପାସ୍ ରାସ୍ତା କାମ ଚାଲିଥିବା ବେଳେ ଏହି କାମକୁ ଅଟକାଇଥିଲେ ୨୯ ନମ୍ବର କର୍ପୋରେଟର ଅପୂର୍ବ ରାଉତ । ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ ମଞ୍ଚେଶ୍ବର ଥାନା ASI ଅଞ୍ଜନା ବରାଳ । ଘଟଣାସ୍ଥଳରେ ASIଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଅଟକ କର୍ପୋରେଟର ଅପୂର୍ବ ରାଉତଙ୍କ ବିରୋଧରେ ଏକାଧିକ ମାମଲା ରହିଛି । ଅନ୍ୟ ଜଣେ କର୍ପୋରେଟର ଘଟଣାସ୍ଥଳରୁ ଫେରାର ଥିବା ସୂଚନା ।