Onn 3

GRP କନେଷ୍ଟବଳଙ୍କ ପାଇଁ ନୂଆ ଜୀବନ ପାଇଲେ ବୃଦ୍ଧା

State

bhadrak

ଭଦ୍ରକ : ମହାନତା ଦେଖାଇଲେ GRP କନେଷ୍ଟବଳ। ମହିଳା ଜଣକ ଚଳନ୍ତା ଟ୍ରେନରୁ ଖସି ପଡ଼ିଥିବା ବେଳେ ଉଦ୍ଧାର କଲେ ଡିୟୁଟିରେ ଥିବା କନେଷ୍ଟବଳ ପ୍ରତାପ ଚନ୍ଦ୍ର ଗିରି।

ସୂଚନା ଅନୁଯାୟୀ ଗତ ଡିସେମ୍ବର ମାସ ୨୨ ତାରିଖରେ ଭଦ୍ରକ ଚରମ୍ପା ରେଳ ଷ୍ଟେସନରେ ବାଲେଶ୍ୱରକୁ ଯିବା ପାଇଁ ୩ ନଂ ପ୍ଲାଟଫର୍ମ ନ ଯାଇ ୨ ନଂ ପ୍ଲାଟଫର୍ମରେ ଅପେକ୍ଷା କରିଥିବା ସସ୍ମିତା ନାୟକ ନାମକ ଜଣେ ବୟସ୍କ ମହିଳା ଭୁଲରେ ଫାଷ୍ଟ ପାସେଞ୍ଜର ଟ୍ରେନ ଚଢ଼ିଯାଇଥିଲେ। ଟ୍ରେନଟି ବାଲେଶ୍ୱର ବଦଳରେ ଖୋର୍ଦ୍ଧା ରୋଡ଼ ଅଭିମୁଖେ ଯାଉଥିବା ଜାଣି ଟ୍ରେନରୁ ଡେଇଁ ପଡିଥିଲେ ବୃଦ୍ଧା ମହିଳା । ସେହି ସମୟରେ ଇଣ୍ଡୋର ଡ୍ୟୁଟିରେ କାର୍ଯ୍ୟ କରୁଥିବା କନେଷ୍ଟବଳ ପ୍ରତାପ ଗିରି ଶୀତ ଲାଗିବାରୁ ବାହାରେ ଖରାରେ ଛିଡା ହୋଇଥିବା ବେଳେ ଟ୍ରେନରୁ ଖସି ପଡ଼ିଥିବା ମହିଳାଙ୍କ ପାଖକୁ ଯାଇ ଉଦ୍ଧାର କରିଥିଲେ । ପରେ ମହିଳା ଜଣକୁ ପାଣି ପିଆଇଥିଲେ । ମହିଳାଙ୍କ ସମ୍ପର୍କୀୟ ମାନେ ଆସିବା ପରେ ମହିଳାଙ୍କୁ ନେଇଯାଇଥିଲେ। ଏହି ଭିଡିଓ ସୋସିଆଲ ମିଡ଼ିଆରେ ଘୁରି ବୁଲିବା ପରେ ଯେଉଁ ସାହସ ଦେଖାଇ ମହିଳା ଉଦ୍ଧାର କରିଲେ ସେଥିପାଇଁ ସବୁ ମହଲରୁ କନେଷ୍ଟବଳଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।