ଜାନୁଆରୀ ୪ରୁ ବେଆଇନ ଖଣି ଖନନ ମାମଲେରେ ଇଡି ଆଇଏନଏଲଡିର ନେତା ତଥା ପୂର୍ବତନ ବିଧାୟକ ଦିଲବାଗ ସିଂହ ଓ କଂଗ୍ରେସ ବିଧାୟକ ସୁରେନ୍ଦ୍ର ପନୱାରଙ୍କ ବିଭିନ୍ନ ଠିକଣାରେ ରେଡ କରିଥିଲା। ଆଜି ରେଡ ଶେଷ ହୋଇଥିବା ବେଳେ ଇଡି ପକ୍ଷରୁ ଦିଲବାଗ ଓ କୁଲବିନ୍ଦରଙ୍କୁ ଗିରଫ କରାଯାଇଛି।
ରେଡର ଦ୍ୱିତୀୟ ଦିନରେ ଦିଲବାଗ ଓ ତାଙ୍କ ସହଯୋଗୀଙ୍କ ଠିକଣାରୁ ୫ଟି ବିଦେଶୀ ବନ୍ଧୁକ, ୨୦୦ଟି ଗୁଳି, ୧୦୦ରୁ ଅଧିକ ଦାମୀ ମଦ, ନଗଦ ୫ କୋଟି ଟଙ୍କା ଓ ୫ କେଜି ସୁନା ଅଳଙ୍କାର ମିଳିଥିଲା।
ଏହାପରେ ଇଡିର ଅଧିକାରୀମାନେ ଦିଲବାଗ ଓ କୁଲବିନ୍ଦର ସିଂହ ଅଟକ ରଖି ପଚରାଉଚରା କରିଥିଲେ। ଏବେ ସେମାନଙ୍କୁ ବିଧିବଦ୍ଧ ଭାବେ ଗିରଫ କରାଯାଇଛି। ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଦିଲବାଗ ଓ କୁଲବିନ୍ଦରଙ୍କୁ ଇଡି ଆଜି କୋର୍ଟରେ ହାଜର କରିବ। ଏହାପରେ ସେମାନଙ୍କୁ ରିମାଣ୍ଡରେ ନେବାକୁ ମଧ୍ୟ ନିବେଦନ କରାଯିବ।
ଶ୍ରୀ ସିଂହ ହେଉଛନ୍ତି ଯମୁନାନଗରର ପୂର୍ବତନ ବିଧାୟକ। ଗୁରୁବାର ୧୫ରୁ ୨୦ ଜଣ ଇଡି ଅଧିକାରୀ ୬ଟି ଗାଡ଼ିରେ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଘର, ଅଫିସ ଓ ସହଯୋଗୀମାନଙ୍କ ଠିକଣାରେ ପହଞ୍ଚି ରେଡ ଆରମ୍ଭ କରିଥିଲେ।
ଏନଜିଟିର ବ୍ୟାନ ସତ୍ତ୍ୱେ ଯମୁନାନଗର ଓ ଏହାର ଆଖପାଖ ଅଞ୍ଚଳରେ ବେଆଇନ ଖଣି ଖନନ କରାଯାଉଥିଲା। ଏହି ଘଟଣାରେ ହରିଆଣା ପୁଲିସ୍ ପ୍ରଥମେ ଏକାଧିକ ମାଲା କରିଥିଲା। ଏହାକୁ ଆଧାର କରି ୨୦୧୩ରେ ଇଡି ଗୋଟିଏ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା।