Malkangiri.jpg

ଆସନ୍ତାକାଲି ମାଲକାନଗିରି ବିମାନ ବନ୍ଦରର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

State

 

malkangiri

ମାଲକାନଗିରି  :  ବିକାଶର ନୂଆ ଯାତ୍ରାରେ ଖୁବଶୀଘ୍ର ଯୋଡ଼ି ହେବ ମାଲକାନଗିରି । ଆସନ୍ତାକାଲି ବିମାନ ବନ୍ଦରର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ସହ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆସିବାର କାର୍ଯ୍ୟକ୍ରମ ରହିଛି। କାଲି ସକାଳ ୧୦ଟା ୨୦ରେ ନବୀନ ନିବାସରୁ ବାହାରି ୧୧ଟା ୪୫ରେ ମାଲକାନଗିରି ବିମାନ ବନ୍ଦରରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ। ୧୨ଟାରେ ମାଲକାନଗିରି ବିମାନ ବନ୍ଦର ଛାଡିବେ। ପ୍ରଥମ ପର୍ଯ୍ୟାୟରେ ନନ ସିଡ୍ୟୁଲ ବିମାନ ଚଳାଚଳ କରିବ ।

୧୬ ଶହ ମିଟର ରନୱେ ରହିଛି । ୨୦-୩୦ ଆସନ ବିଶିଷ୍ଟ ବିମାନ ଉଡ଼ିପାରିବ । ପରେ ବଡ଼ ବିମାନ ଚଳାଚଳ ପାଇଁ ଲକ୍ଷ୍ୟ ରହିଛି। ଉଦଘାଟନ ପୂର୍ବରୁ ଗତକାଲି ହୋଇଥିଲା ଟ୍ରାୟଲ ରନ୍। ଦିନ ୧୧ଟାରେ ଭୁବନେଶ୍ବର ଏୟାରପୋର୍ଟରୁ ପରୀକ୍ଷାମୂଳକ ଉଡ଼ାଣ ଭରିଥିଲା VT 100 ବିମାନ । ଦିନ ୧୨ଟା ୧୫ ମିନିଟରେ ମାଲକାନଗିରିରେ ଅବତରଣ କରିଥିଲା । ୱାଟର କାନନ ଦେଇ ବିମାନକୁ ସ୍ବାଗତ କରାଯାଇଥିଲା । ପରେ ପୁଣି ସଫଳତାର ସହ ଭୁବନେଶ୍ବର ଫେରିଥିଲା ବିମାନ । ଏଥିରେ ଥିଲେ ଜଣେ ପାଇଲଟ ଓ ୨ ଜଣ କ୍ରିଉ ମେମ୍ବର । ନିଜ ଖର୍ଚ୍ଚରେ ମାଲକାନଗିରି ସହର ଉପକଣ୍ଠ କୋଟେଲଗୁଡାଠାରେ ବିମାନବନ୍ଦର ନିର୍ମାଣ କରିଛନ୍ତି ରାଜ୍ୟ ସରକାର ।