M Badruddin Ajmal.jpg

ଜାନୁଆରି ୨୦-୨୬ ଘରେ ରହିବ; ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମୁସଲମାନଙ୍କୁ ଏଭଳି କହିଲେ ଅଜମଲ

National & International

M-badruddin-ajmal

ନୂଆଦିଲ୍ଲୀ: ଜାନୁଆରି ୨୨ରେରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ଆୟୋଜିତ ହେବ। ଉତ୍ତରପ୍ରଦେଶର ଅଯୋଧ୍ୟାରେ ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ମଧ୍ୟ ପଠାଯାଉଛି। ବାବ୍ରି ମସଜିଦର ଓକିଲ ଇକବାଲ ଅନସାରୀଙ୍କୁ ମଧ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ପତ୍ର ଦିଆଯାଇଛି। ତାଙ୍କୁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ତରଫରୁ ଆରଏସଏସ କର୍ମୀମାନେ ନିମନ୍ତ୍ରଣ କରିଛନ୍ତି।
ଏହି ବଡ଼ ଉତ୍ସବ ପାଇଁ ସାରା ଭାରତ ଖୁସି ଥିବା ବେଳେ ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟର ଅଧ୍ୟକ୍ଷ ବଦରୁଦ୍ଦିନ ଅଜମଲଙ୍କ ବୟାନ ପାଇଁ ଏବେ ବିବାଦ ଆରମ୍ଭ ହୋଇଛି। ଏକ ରାଲିକୁ ସମ୍ବୋଧିତ କରି ଅଜମଲ କହିଛନ୍ତି ଯେ, “ଜାନୁଆରି ୨୦ରୁ ୨୬ମଧ୍ୟରେ ମୁସଲମାନମାନେ ଘରେ ରହିବା ଉଚିତ ଏବଂ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମୟରେ ଟ୍ରେନରେ ଯାତ୍ରା କରିବା ଠାରୁ ଦୂରେଇ ରହିବା ଉଚିତ।”

ଅଜମଲଙ୍କ ଏହି ବିବୃତିକୁ ନେଇ ବିରକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ । ସେ କହିଛନ୍ତି, “ବିଜେପି ମୁସଲମାନମାନଙ୍କୁ ଘୃଣା କରେ ନାହିଁ। ଆମେ ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ’ ମନ୍ତ୍ର ସହିତ କାର୍ଯ୍ୟ କରୁଛୁ। ଅଯୋଧ୍ୟା ଜମି ବିବାଦ ମାମଲାରେ ବିପକ୍ଷ ଓକିଲ ଇକବାଲ ଅନସାରୀଙ୍କୁ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହକୁ ନିମନ୍ତ୍ରଣ କରାଯାଇଛି ଏବଂ ସେ ମଧ୍ୟ ସମାରୋହରେ ଯୋଗଦେବେ। ବଦରୁଦ୍ଦିନ ଅଜମଲ ଏବଂ ଅସଦୁଦ୍ଦିନ ଓୱେସୀଙ୍କ ପରି ଲୋକମାନେ ସମାଜରେ ଘୃଣାଭାବ ବିସ୍ତାର କରୁଛନ୍ତି।”