Onn 3

ପ୍ରତ୍ୟାହାର ପରେ ୯୭.୩୮ ପ୍ରତିଶତ ୨୦୦୦ଟଙ୍କିଆ ନୋଟ୍‌ ରିଜର୍ଭ ବ୍ୟାଙ୍କକୁ ଫେରିଲା

National & International

2000 rupees3

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସୋମବାର କହିଛି ଯେ ମେ ୧୯, ୨୦୨୩ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍‌ ମଧ୍ୟରୁ ୯୭.୩୮ ପ୍ରତିଶତ ନୋଟ ବ୍ୟାଙ୍କ୍‌କୁ ଫେରସ୍ତ ଆସିଯାଇଛି।
ସଦ୍ୟତମ ତଥ୍ୟରୁ ଜଣାପଡିଛି ଯେ ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟର ମୋଟ ମୂଲ୍ୟ ୨୦୨୩ ମେ ୧୯ ସୁଦ୍ଧା ୩.୫୬ ଲକ୍ଷ କୋଟି ଟଙ୍କା ଥିଲା, ଯାହା ପ୍ରତ୍ୟାହାର ଘୋଷଣା ହେବା ବେଳକୁ ଯଥେଷ୍ଟ ହ୍ରାସ ପାଇଥିଲା। ଡିସେମ୍ବର ୨୯, ୨୦୨୩ ସୁଦ୍ଧା ଏହାର ମୋଟ ମୂଲ୍ୟ ୯,୩୩୦ କୋଟି ଟଙ୍କା ରହିଥିଲା।
ଏହା ସୂଚାଉଛି ଯେ ୨୦୨୩ ମେ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍‌ ମଧ୍ୟରୁ ୯୭.୩୮ ପ୍ରତିଶତ ଫେରାଇ ଦିଆଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ଏକ ବିବୃତିରେ କହିଛି।
ସୂଚନାଯୋଗ୍ୟ ଯେ ଉଠାଣ ପ୍ରକ୍ରିୟା ସତ୍ତ୍ୱେ ୨୦୦୦ ଟଙ୍କିଆ ନୋଟ୍‌ ବୈଧ ରହିଛି। କେନ୍ଦ୍ରୀୟ ବ୍ୟାଙ୍କର ନିୟମିତ ଅପଡେଟ୍‌ ଗୁଡ଼ିକ ଉଠାଣ ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ସ୍ୱଚ୍ଛତା ପ୍ରଦାନ କରିଥାଏ ଏବଂ ଜନସାଧାରଣଙ୍କୁ ୨୦୦୦ ଟଙ୍କିଆ ନୋଟର ନିରନ୍ତର ଆଇନଗତ ସ୍ଥିତି ବିଷୟରେ ସୂଚନା ଦେଇଥାଏ। ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କିଆ ନୋଟ୍‌ ପ୍ରତ୍ୟାହାର ନେଇ ୨୦୨୩ ମେ ୧୯ରେ ଘୋଷଣା କରଥିଲା।
ଅପଡେଟ୍‌ ଅନୁଯାୟୀ, ଅକ୍ଟୋବର ୭,୨୦୨୩ ପର୍ଯ୍ୟନ୍ତ ଦେଶର ସମସ୍ତ ବ୍ୟାଙ୍କ ଶାଖାରେ ୨୦୦୦ ଟଙ୍କିଆ ନୋଟ୍‌ ଜମା ଏବଂ/କିମ୍ବା ବିନିମୟ ପାଇଁ ସୁବିଧା ଉପଲବ୍ଧ ଥିଲା। ତେବେ ରିଜର୍ଭ ବ୍ୟାଙ୍କର ୧୯ଟି ଇସ୍ୟୁ ଅଫିସରେ ୨୦୦୦ ଟଙ୍କିଆ ନୋଟ୍‌ ବଦଳାଇବା ପାଇଁ ବ୍ୟକ୍ତିବିଶେଷ ଓ ସଂସ୍ଥା ଏହି ସୁବିଧା ପାଇପାରିବେ।