Onn 3

ଆଇପିଏସ ସ୍ତରରେ ପଦୋନ୍ନତି, ଡିଆଇଜି ହେଲେ ୬ ଆଇପିଏସ

State

 

IPSSS-750x430

ଭୁବନେଶ୍ବର: IPSଙ୍କ ପଦୋନ୍ନତି ହୋଇଛି। ୫ IPSଙ୍କୁ IG ପାହ୍ୟାକୁ ପଦୋନ୍ନତି ମିଳିଥିବା ବେଳେ ୬ IPSଙ୍କ DIG ଭାବେ ପଦୋନ୍ନତି ହୋଇଛି। ଆଇଜି ପାହ୍ୟାକୁ ପଦୋନ୍ନତି ହୋଇଥିବା ୫ IPS ଅଫିସର ୨୦୦୬ ବ୍ୟାଚ୍‌ର। DIG ଅନୁପ ସାହୁ ଆଇଜି ପାହ୍ୟାକୁ ପଦୋନ୍ନତି ପାଇଥିବା ବେଳେ IPS ଅମ୍ରିତା ଦାଶ, ଅନିରୁଦ୍ଧ କୁମାର ସିଂହ, ଅନୁପ କ୍ରୀଷ୍ଣା ଓ ସୁଧା ସିଂହଙ୍କର ମଧ୍ୟ IG ପାହ୍ୟାକୁ ପଦୋନ୍ନତି ହୋଇଛି ।

୨୦୧୦ ବ୍ୟାଚ୍‌ର ୬ IPSଙ୍କର DIG ଭାବେ ପଦୋନ୍ନତି ହୋଇଛି । IPS ମିତ୍ରଭାନୁ ମହାପାତ୍ର, ସାରା ଶର୍ମା, କନୱର ବିଶାଲ ସିଂ, ଆଶିଷ କୁମାର ସିଂହ, ପାରୁଲ ଗୁପ୍ତା, କେ. ଶିବା ସୁବ୍ରମଣିଙ୍କୁ DIG ପାହ୍ୟାକୁ ପଦୋନ୍ନତି । ଆଶିଷ କୁମାର ସିଂହ, ପାରୁଲ ଗୁପ୍ତା, କେ. ଶିବା ସୁବ୍ରମଣି ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୯୯ ବ୍ୟାଚ୍‌ ଆଇପିଏସ୍‌ ଘନଶ୍ୟାମ ଉପାଧ୍ୟାୟଙ୍କୁ ADG ପାହ୍ୟାକୁ ପଦୋନ୍ନତି ହୋଇଛି ।