Onn 3

ଦିଲ୍ଲୀରେ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ

National & International

 

delhi-isreal

ଦିଲ୍ଲୀରେ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣାର ସିସିଟିଭି ଫୁଟେଜ୍ ଆସିଛି । ଏଥିରେ ଦୁଇଜଣ ସନ୍ଦିଗ୍ଧଙ୍କୁ ଦେଖିବାକୁ ମିଳିଛି । ଚାଣକ୍ୟପୁରୀ ଠାରେ ଇସ୍ରାଏଲ ଦୂତାବାସ ପଛପଟେ ଥିବା ଜାଗାରେ ଗତକାଲି ସନ୍ଧ୍ୟାରେ ବିସ୍ଫୋରଣ ହୋଇଥିଲା । ସଂଧ୍ୟା ପ୍ରାୟ ୫ଟା ୪୫ ମିନିଟରେ ଦିଲ୍ଲୀ ଅଗ୍ନିଶମ ବିଭାଗକୁ ବିସ୍ଫୋରଣ ସଂପର୍କରେ ଫୋନ ଆସିଥିଲା ।

ଦିଲ୍ଲୀ ପୋଲିସର ସ୍ପେଶାଲ ଟିମ, ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ୍ ଓ ଫୋରେନସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିଲେ । ତେବେ ସେଠାରୁ କୌଣସି ସନ୍ଦେହଜନକ ବସ୍ତୁ ସେଠାରୁ ମିଳିନଥିବା କୁହାଯାଇଛି । କୌଣସି ବସ୍ତୁରେ ତିନିରୁ ୪ଥର ବିସ୍ଫୋରଣ ହୋଇଥିବା ଦୂତାବାସର କର୍ମଚାରୀମନେ ଶୁଣିବାକୁ ପାଇଥିଲେ । କିନ୍ତୁ ବିସ୍ଫୋରଣ କେଉଁଠି ହୋଇଥିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଇସ୍ରାଏଲ୍ ଦୂତାବାସର ସମସ୍ତ କୁଟନୀତିଜ୍ଞ ଓ କର୍ମଚାରୀ ସୁରକ୍ଷିତ ଅଛନ୍ତି । ଘଟଣାସ୍ଥଳରୁ ଇସ୍ରାଏଲ୍ ରାଷ୍ଟ୍ରଦୂତଙ୍କ ଉଦ୍ଦେଶ୍ୟରେ ଲେଖାଥିବା ଏକ ଚିଠି ମିଳିଛି । ତେବେ ସେଥିରେ କଣ ଲେଖା ଅଛି ସ୍ପଷ୍ଟ ସୂଚନା ମିଳିନି । ଦିଲ୍ଲୀ ପୋଲିସ ଅଧିକ ଖୋଳତାଡ କରୁଛି ।