Onn 3

100ଫୁଟ ଲମ୍ବର ସାଣ୍ଟା କ୍ଳସ ନିର୍ମାଣ କରି ୱାର୍ଲଡ ରେକର୍ଡସ ବୁକ ଅଫ ଇଣ୍ଡିଆ ରେକର୍ଡ ହାସଲ କଲେ ସୁଦର୍ଶନ ପଟ୍ଟନାୟକ

State

 

sand-art-

ପୁରୀ : ପୁରୀ ବେଳା ଭୂମିରେ ବାଲୁକା କଳା ନିର୍ମାଣ କରି ୱାର୍ଲଡ ରେକର୍ଡସ ବୁକ ଅଫ ଇଣ୍ଡିଆ ରେକର୍ଡ ହାତେଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ l ପବିତ୍ର ବଡ ଦିନ ଵା କ୍ରୀଷ୍ଟମାସ ଅବସରରେ ପୁରୀ ବ୍ଲୁ ଫ୍ଲାଗ ବୀଚ ଠାରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି l

ବ୍ଲୁ ଫ୍ଲାଗ ବୀଚ ଠାରେ 100ଫୁଟ ଲମ୍ବର ଏକ ସାଣ୍ଟା କ୍ଳସ ନିର୍ମାଣ କରିଛନ୍ତି l ଏଥିରେ 2 କୁଇଣ୍ଟାଲ ପିଆଜ ବ୍ୟବହାର କରି ନିର୍ମାଣ କରାଯାଇଛି ସାଣ୍ଟା କ୍ଲସ l ଏହାକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମିଛି l ଏହି ବାଲୁକା କଳା ବିଶ୍ୱ ରେକର୍ଡ ଲାଗି କରାଯାଇଛି l ତେବେ ବ୍ଲୁ ଫ୍ଲାଗ ବୀଚ ଠାରେ ୱାର୍ଲଡ ରେକର୍ଡସ ବୁକ ଅଫ ଇଣ୍ଡିଆ ପକ୍ଷରୁ ସୁଦର୍ଶନଙ୍କୁ ମେଡାଲ ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଛି l