Judge

ଭିନ୍ନକ୍ଷମ ମହିଳା ଦୁଷ୍କର୍ମକାରୀ କୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

State

ବାରିପଦା- 2022 ନଭେମ୍ବର 21 ତାରିଖ ଦିନ ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ଦେଉଳିଆ ଗ୍ରାମରେ ଘଟିଥିବା ଏକ ଦୁଷ୍କର୍ମ ମାମଲାର ବିଚାର କରି ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ପେଶାଲ ଜଜ ସତ୍ୟନାରାୟଣ ପାତ୍ର ଅଭିଯୁକ୍ତ କୁ ଦଫା 376(2)(1) ଆଇପିସି ଅନୁଯାୟୀ ଦଶ ବର୍ଷ ସଶ୍ରମ କାରାଦଣ୍ଡ ସମେତ ପଚାସ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l ଅଭିଯୁକ୍ତ ଜଣକ ହେଲା ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ଦେଉଳିଆ ଗ୍ରାମର ବିକାଶ ଚନ୍ଦ୍ର ମହାପାତ୍ର (35) ମାମଲାର ବିବରାଣୀ ରୁ ପ୍ରକାଶ ଯେ ଉକ୍ତ ଗ୍ରାମର ଜନୈକ ଭିନ୍ନକ୍ଷମ ମହିଳା ଘଟଣା ଦିନ ତାଙ୍କ ଘରେ ଏକୁଟିଆ ଥିଲେ l ସିଏ ତାଙ୍କ ଘର ବାରଣ୍ଡରେ ଦୋନା ଖଲି ତିଆରି କରୁଥିଲେ l ତାଙ୍କ ବାପା ଜଣେ ପାରାଲିସିସ ରୋଗୀ ହେତୁ ସିଏ ଅନ୍ୟ ଏକ ସମୁଖରେ ଥିବା ଘରେ ଶୋଇଥିଲେ l ମା ଏବଂ ଭାଉଜ କାମ କରିବାକୁ ବାହାରକୁ ଯାଇଥିଲେ l ଏହାର ସୁଯୋଗ ନେଇ ଅଭିଯୁକ୍ତ ବିକାଶ ଦିନ ପାଖାପାଖି 12 ଟା ସମୟରେ ଘରେ ପଶି ଜୋର ଜବରଦସ୍ତ ଭିନ୍ନକ୍ଷମ ମହିଳା ଙ୍କୁ ଦୁଷ୍କର୍ମ କରିବା ପରେ ଘଟସ୍ଥଳରୁ ଫେରାର ହୋଇଯାଇଥିଲା l ଏ କଥା ପରିବାରଵର୍ଗ ଜାଣିବା ପରେ ଥାନାର ଆଶ୍ରୟ ନେଇଥିଲେ l ଏ ବାବଦରେ ବଡ଼ସାହି ଥାନାରେ କେସ ନମ୍ବର 319/2022 ରେ ଏକ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ କୁ ଗିରଫ କରି କୋର୍ଟ କରାଯାଇଥିଲା l ଆଜି ମାନ୍ୟବର ଅଡାଲତ ପକ୍ଷରୁ ସମସ୍ତ 9 ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣ ପତ୍ର କୁ ଭିତ୍ତି କରି ଚୂଡାନ୍ତ ରାୟ ପ୍ରକାଶ ପାଇଅଛି l ଉକ୍ତ କେସ କୁ ସରକାରଙ୍କ ପକ୍ଷରୁ ଆଇନଜୀବୀ କୃଷ୍ଣ ଚନ୍ଦ୍ର ଦାସ ପରିଚାଳନା କରିଥିଲେ l