Onn 3

କୋଟିକୋଟି ଟଙ୍କାର ଜିଏସଟି ଠକିଥିବା କମ୍ପାନି ମାଲିକଙ୍କ ‌ଜେଲରେ ଏପରି କଟିଲା ରାତି

National & International

 

fda

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମେରଠରେ ଏସଟିଏଫ ନକଲି ଇ-ୱେ ବିଲ ଜରିଆରେ କୋଟିକୋଟି ଟଙ୍କାର ଜିଏସଟି ଚୋରି କରିଥିବାର ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ କମର ଅହମଦ ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ପ୍ର‌ାଥମିକ ଯାଞ୍ଚରୁ ଜଣାପଡ଼ିଛି ଏହି ଜିଏସଟି ଚୋରି ୧୦୦କୋଟି ଟଙ୍କାରୁ ଅଧିକ ହୋଇପାରେ। ଏସଟିଏଫ ଘଟଣାର ଯାଞ୍ଚ କରୁଛି । ଅଭିଯୁକ୍ତ ବିରୋଧରେ ମେରଠ ସିଭିଲ ଲାଇନ ଥାନାରେ ମାମଲା ରୁଜୁ କରାଯାଇଛି।

ସୂଚନାଯୋଗ୍ୟ, ଏସଟିଏଫଙ୍କୁ କ୍ରମ‌ାଗତ ଭାବେ ଜିଏସଟି ଚୋରି ଘଟଣା ସମ୍ପର୍କରେ ସୂଚନା ମିଳୁଥିଲା। ତେଣୁ ଏସଟିଏଫ ଟିମ ଘଟଣାକୁ ଧ୍ୟାନରେ ରଖିଥିଲେ। ଗତ ଗୁରୁବାର ରାତିରେ ଏସଟିଏଫ ମେରଠର ଏକ ‌ହୋଟେଲରୁ ଅଭିଯୁକ୍ତ ଅମର ଅହମଦଙ୍କୁ ଗିରଫ କରିଥିଲା। ଗିରଫ ପରେ କମର ଅହମଦ ଅନେକ କମ୍ପାନିର ମାଲିକ ଥିବା ସହିତ ପାର୍ଟନର ରହିଥିବା ଜଣାପଡ଼ିଛି।

ଏହି ଘଟଣାକୁ ନେଇ ଏସଟିଏଫ ଅଧିକାରୀମାନେ କହିଛନ୍ତି,‘କମର ଅହମଦ ଓ ତାର ସାଥୀ କିଛି ପାନ କାର୍ଡ ଓ ଅନ୍ୟକିଛି ଦସ୍ତାବିଜ ଆଧାରରେ ଜିଏସଟି ନମ୍ବର ନେଇଥିଲେ। ଏହାପରେ ଏହି ଜିଏସଟି ନମ୍ବରକୁ ଆଧ‌ାର କରି ନକଲି କମ୍ପାନି ପଞ୍ଜୀକରଣ ‌କରିଥିଲେ। ନକଲି କମ୍ପାନି କାଗଜରେ ବ୍ୟବସାୟକୁ ଦେଖାଇ କୋଟିକୋଟି ଟଙ୍କ‌ାର ଜିଏସଟି ହଡ଼ପ କରିଥିଲେ।  ଏହି ଘଟଣାର ଯାଞ୍ଚ କରାଯାଉଛି। ଯାଞ୍ଚ ପରେ ନୂଆନୂଆ ତଥ୍ୟ ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି।’