Onn 3

ଦୁଇ ଦିନିଆ ସର୍ବଭାରତୀୟ ପାରମ୍ପରିକ ଯୋଗାସନ ପ୍ରତିଯୋଗୀତା ଅନୁଷ୍ଠିତ

State

ବାରିପଦା : ସ୍ଥାନୀୟ ବାରିପଦା ସହିଦ ସ୍ମୃତି ଭବନରେ ମହାଶକ୍ତି ଗାୟତ୍ରୀ ଚାରିଟେବୁଲ ଟ୍ରଷ୍ଟ, ପୁରୀ ତରଫରୁ ଦୁଇ ଦିନିଆ ସର୍ବଭାରତୀୟ ପାରମ୍ପରିକ ଯୋଗାସନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ମୟୂରଭଞ୍ଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ମହାବିଦ୍ୟାଳୟର କ୍ରୀଡା କାଉନସିଲ ସମ୍ପାଦକ ଡା ପ୍ରଭଞ୍ଜନ ମଲ୍ଲିକ ଓ ସମ୍ମାନୀତ ଅତିଥି ଭାବେ ମୟୂରଭଞ୍ଜ ଆଥେଲେଟିକ ଆସୋସିଏସନ ର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ପ୍ରମୁଖ ଯୋଗ ଦେଇ ଏହି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନିମନ୍ତ୍ରିତ ଅତିଥି ଭାବେ ମୁଖ୍ୟ ଉପଦେଷ୍ଟା କୃଷ୍ଣଚନ୍ଦ୍ର ଦାସ, ମହାଶକ୍ତି ଗାୟତ୍ରୀ ଚାବ୍ରିଟେବୁଲ ଟ୍ରଷ୍ଟ ସଭାପତି ପୂର୍ଣ୍ଣ ଚନ୍ଦ୍ର ମିଶ୍ର, ସାଧାରଣ ସମ୍ପାଦକ କାଳି ଚରଣ ମିଶ୍ର ଓ ସାଂସ୍କୃତିକ ସମ୍ପାଦକ ଜ୍ୟୋତି ରଞ୍ଜନ ଦାଶ ଉପସ୍ଥିତ ଥିଲେ। ୨ଦିନ ଧରି ଚାଲିଥିବା ଏହି ସର୍ବ ଭାରତୀୟ ପାରମ୍ପରିକ ଯୋଗାସନ ପ୍ରତିଯୋଗିତାରେ ଓଡିଶା ସମେତ ତାମିଲନାଡୁ ,ଝାଡ଼ଖଣ୍ଡ, ତ୍ରିପୁରା, ହାଇଦ୍ରାବାଦରେ ଓ ଆନ୍ଦ୍ରପ୍ରଦେଶ ରାଜ୍ୟର ୨୦୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗି ଭାଗ ନେଇଥିଲେ। ୮ ବର୍ଷରୁ ୪୦ ବର୍ଷ ମଧ୍ୟରେ ବିଭିନ୍ନ ବର୍ଗର ଉଭୟ ବାଳକ,ବାଳିକା ଏବଂ ପୁରୁଷ, ମହିଳା ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । କୁନି କୁନି ପିଲାଙ୍କ ଯୋଗାସନ ଦେଖି ଦର୍ଶକ ଅବାକ ହୋଇଯାଇଥିଲେ।

ଏହି ଯୋଗାସନ ପ୍ରତିଯୋଗିତାରେ ବିଚାରକ ଭାବେ ସନ୍ତୋଷ କୁମାର ବିଶ୍ବାଳ, ନରେଶ ଗଡ଼ ତାଲା, ବିକ୍ରମ ଦେବ ନାଥ, ହିମାନି ପାତ୍ର ଓ ଅଭିଷେକ ପଣ୍ଡା ଯୋଗଦେଇଥିଲେ I ଜୁନିଅର ବିଭାଗରେ କ୍ରିଷ୍ଣା ଦାସ (ଓଡିଶା) ଚମ୍ପିୟାନ ହୋଇଥିବା ବେଳେ ମାନ୍ଦା ହାନଭିକା (ହାଇଦ୍ରାବାଦ) ପ୍ରଥମ ରନର୍ସ ଅପ ଓ ଶାଶ୍ୱତ କୁମାର ରଞ୍ଜିତ (ଓଡିଶା) ଦ୍ଵିତୀୟ ରନର୍ସ ଅପ ହୋଇଥିଲେ I ସିନିଅର ବିଭାଗରେ ଓଡିଶାର ଗାର୍ଗୀ ଗୀତିକା ଦାସ ଚମ୍ପିୟାନ ହୋଇଥିବା ବେଳେ ଦେବାଶିଷ ବାରିକ ପ୍ରଥମ ଏବଂ ଗୌରାଙ୍ଗ ବେହେରା ଦ୍ଵିତୀୟ ରନର୍ସ ଅପ ହୋଇଥିଲେ I ଉଦଯାପନୀ ଉତ୍ସବରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିବା ସହ କୁନିକୁନି ପିଲାମାନଙ୍କୁ ଯୋଗର ଉପକାରିତା ଉପରେ ଆଲୋକପାତ କରିଥିଲେ I ଜିଲ୍ଲା କ୍ରୀଡା ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକ ମଧ୍ୟ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ I ଏହି ଅବସରରେ ବାରିପଦା ସ୍ୱାମୀ ବିବେକାନନ୍ଦ ଯୋଗ ରିସର୍ଚ୍ଚ ସେଣ୍ଟର ଅଧକ୍ଷ ଶ୍ରୀ ଜ୍ୟୋତି ରଞ୍ଜନ ଦାଶ ଓ ଅନ୍ୟାନ୍ୟ ସଦଶ୍ୟ ସୁଚାରୁ ରୁପେ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହାୟକ ହୋଇଥିଲେ।