Onn 3

ମାଡ୍ରାସ ହାଇକୋର୍ଟ ଆଇପିଏସ୍‌ ଅଧିକାରୀଙ୍କୁ ୧୫ ଦିନ ଜେଲ୍‌ ଦଣ୍ଡାଦେଶ ଶୁଣାଇଲେ

National & International

 

Capture-20-750x430

ଚେନ୍ନାଇ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଦ୍ୱାରା ଆଗତ ଏକ ଅବମାନନା ମାମଲାର ଶୁଣାଣି କରି ମାଡ୍ରାସ ହାଇକୋର୍ଟ ଅବସରପ୍ରାପ୍ତ ଭାରତୀୟ ପୁଲିସ ସେବା (ଆଇପିଏସ୍‌) ଅଧିକାରୀ ଜି ସମ୍ପତ କୁମାରଙ୍କୁ ୧୫ ଦିନ ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ ମଧ୍ୟ ଏହି ଦଣ୍ଡାଦେଶକୁ ୩୦ ଦିନ ପାଇଁ ସ୍ଥଗିତ ରଖିଛନ୍ତି।

ଜଷ୍ଟିସ୍‌ ଏସ୍‌ଏସ୍‌ ସୁନ୍ଦର ଓ ଜଷ୍ଟିସ୍‌ ସୁନ୍ଦର ମୋହନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ବିରୋଧରେ ସମ୍ପତ କୁମାରଙ୍କୁ ଆବେଦନ କରିବା ପାଇଁ ସୁଯୋଗ ଦେଇ ଜେଲ୍‌ ଦଣ୍ଡାଦେଶକୁ ୩୦ ଦିନ ପାଇଁ ସ୍ଥଗିତ ରଖିଛନ୍ତି।
ଚେନ୍ନାଇ ସୁପର କିଙ୍ଗ୍‌ସର ଅଧିନାୟକ ଧୋନି ପ୍ରଥମେ ୨୦୧୪ରେ ତାମିଲନାଡୁ ପୁଲିସର ସିଆଇଡି ବିଭାଗରେ କାର୍ଯ୍ୟରତ ସମ୍ପତ କୁମାରଙ୍କ ବିରୋଧରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ବେଟିଂ ମାମଲାରେ ମ୍ୟାଚ୍‌ ଫିକ୍ସିଂ ଅଭିଯୋଗ ଆଣିବା ଅଭିଯୋଗରେ ୧୦୦ କୋଟି ଟଙ୍କାର ମାନହାନି ମାମଲା ଦାୟର କରିଥିଲେ।

ପରେ ଧୋନି ଏହି ଅଧିକାରୀଙ୍କ ବିରୋଧରେ ଅବମାନନା ପିଟିସନ ଦାଖଲ କରିଥିଲେ ଏବଂ ସୁପ୍ରିମ୍‌ କୋର୍ଟ ଓ ମାଡ୍ରାସ ହାଇକୋର୍ଟ ବିରୋଧରେ ଆଇପିଏସ୍‌ ଅଧିକାରୀଙ୍କ ଅପମାନଜନକ ମନ୍ତବ୍ୟକୁ ଦର୍ଶାଇଥିଲେ। ତେବେ, ଚଳିତ ମେ ମାସରେ ଅଧିକାରୀ ଜଣକ ୬୦ ବର୍ଷରେ ପଦାର୍ପଣ କରି ଅବସର ନେଇ ଯାଇଥିଲେ।

ସୂଚନାଯୋଗ୍ୟ, ୨୦୧୩ ଆଇପିଏଲ୍‌ ବେଟିଂ ମାମଲାରେ ସମ୍ପତ କୁମାର ପ୍ରାରମ୍ଭିକ ତଦନ୍ତ କରିଥିଲେ। ପରେ ସେ କିଛି ବୁକିଙ୍କଠାରୁ ଲାଞ୍ଚ ନେଇ ସେମାନଙ୍କୁ ଦୋଷମୁକ୍ତ କରିଥିବା ଅଭିଯୋଗ ହେବା ପରେ ତାଙ୍କୁ ମାମଲାରୁ ହଟାଇ ନିଲମ୍ବିତ କରା ଯାଇଥିଲା। ୨୦୧୯ରେ ନିମ୍ନ ଅଦାଲତ ଏହି ଅଭିଯୋଗରୁ ଦୋଷମୁକ୍ତ ହୋଇଥିବା ଏହି ପୁଲିସ ଅଧିକାରୀ କହଥିଲେ ଯେ ଏହି ଦୁର୍ନୀତିର ସମ୍ପୂର୍ଣ୍ଣ ପର୍ଦ୍ଦାଫାସ ନ କରିବା ପାଇଁ ତାଙ୍କୁ ଫସାଇ ଦିଆଯାଇଥିଲା।