Onn 3

ହତ୍ୟା ଧମକ ପରେ ବିରୋଧୀଙ୍କୁ ଚାଲେଞ୍ଜ ଦେଲେ ଅର୍ଚ୍ଚନା ନାଗ

State

 

Archana-Nag

ଭୁବନେଶ୍ୱର : ମୁଁ ମରିବି ପଛେ ଡରିବିନି । ମୁଁ ଧର୍ମକୁ ବିଶ୍ୱାସ କରେ । ମୁଁ ଧର୍ମରେ ରହିଛି । ମୋର ଅଧର୍ମ କେବେ କିଛି କ୍ଷତି କରିପାରିବ ନାହିଁ । ସତ୍ୟ ମୋର ଶକ୍ତି ଏବଂ ଶକ୍ତି ମୋର ଅସ୍ତ୍ର । ସାହାସ ଅଛି ତ ସାମ୍ନାକୁ ଆସ, ମୋତେ ମୁକାବିଲା କର । ମୁଁ ଲୁଚିବା ଝିଅ ନୁହେଁ…ମିଡିଆ ଆଗରେ ଏପରି ଦମ୍ଭୋକ୍ତି ପ୍ରକାଶ କରି ବିରୋଧୀଙ୍କୁ ଚାଲେଞ୍ଜ ଦେଇଛନ୍ତି ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ ।

ଆଜି ଲ’ ପରୀକ୍ଷା ଦେବାକୁ ଆସିଥିଲେ ଅର୍ଚ୍ଚନା ନାଗ । ତାଙ୍କ ସହ ଥିଲେ ସ୍ୱାମୀ ଜଗବନ୍ଧୁ । ମିଡିଆକୁ ଏକ ସାକ୍ଷାତ ଦେଇ କହିଥିଲେ, ଆଜି ପରୀକ୍ଷା ଦେବାକୁ ଆସିଥିବାବେଳେ ଦୁଇ ଜଣ ବ୍ୟକ୍ତି ତାଙ୍କୁ ଧମକ ଚମକ୍ ଦେଇଥିଲେ । ଏପରିକି ହତ୍ୟା ଧମକ ବି ଦେଇଥିଲେ ।

ଏ ବିଷୟରେ ମିଡିଆକୁ ସୂଚନା ଦେବା ସହ ସେମାନଙ୍କୁ ଟାର୍ଗେଟ କରି ଅର୍ଚ୍ଚନା କହିଥିଲେ, ମୁଁ ଡରିବା ଝିଅ ନୁହେଁ । ଡରି ଡରି ବଞ୍ଚିବା ଅପେକ୍ଷା ମୁଁ ମରିବାକୁ ପସନ୍ଦ କରିବି । ଅର୍ଚ୍ଚନା କହିଥିଲେ, ମୁଁ ଶାନ୍ତିରେ ରହିବାକୁ ଚାହୁଁଛି । ହେଲେ କିଛି ବ୍ୟକ୍ତି ମୋ ଘରକୁ ଆସି ମୋତେ ଡରାଇବାକୁ ଚାହୁଁଛନ୍ତି । ସେମାନେ ମୋ ଉନ୍ନତିକୁ ସହି ପାରୁନାହାନ୍ତି । ଇର୍ଷା କରୁଛନ୍ତି । ତେଣୁ ଏପରି କରୁଛନ୍ତି ।

ଯଦି ସେମାନଙ୍କର ସାହସ ଅଛି ତେବେ ସେମାନେ ସାମ୍ନାକୁ ଆସନ୍ତୁ ବୋଲି କହିଥିଲେ ଅର୍ଚ୍ଚନା । ମୋର ନ୍ୟାୟିକ ପ୍ରକ୍ରିୟାରେ ବିଳମ୍ବ ହୋଇଛି । ହେଲେ ମୋତେ ନ୍ୟାୟ ମିଳିବ । ମୋର ପରୀକ୍ଷା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ।

ମୋତେ ଯିଏ ଧମକ ଦେଉଛି ମୁଁ ଜାଣେ । ଖୁବ ଶୀଘ୍ର ମୁଁ ସେମାନଙ୍କୁ ମୁ୍ଖା ଖୋଲିବି । ମୋ ପାଖରେ ସବୁ ପ୍ରମାଣ ଅଛି । ମୁଁ ତାହାକୁ କୋର୍ଟରେ ଦାଖଲ କରିବି । ତେବେ ଏପରି ଧମକ ପରେ ମୁଁ ନିଜକୁ ଅସୁରକ୍ଷିତ ମନେ କରୁଛି ବୋଲି କହିଥିଲେ ଅର୍ଚ୍ଚନା ।