Onn 3

ମଦ ଦୁର୍ନୀତି ଓ କଳା ଟଙ୍କା ବିରୋଧରେ ପୁରୀରେ ବିଜେପିର ବିକ୍ଷୋଭ

Politics State

 

Capture-11-750x430

ପୁରୀ: ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ମଦ ଦୁର୍ନୀତି ଓ କଳା ଟଙ୍କା ଜବତ ଘଟଣା । ଆଜି ବିଜେପି ଏହି ପ୍ରସଙ୍ଗକୁ ନେଇ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରୁଛି । ଝାଡଖଣ୍ଡ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ମଦ ସାମ୍ରାଜ୍ୟ ଉପରେ ଆୟକର ବିଭାଗ ତରଫରୁ ଲଗାତାର ୫ଦିନ ନନଷ୍ଟପ କାଉଣ୍ଟିଂ ପରେ ପ୍ରାୟ ୩୪୮ କୋଟି ଟଙ୍କା ଜବତ ହୋଇଛି। ତେବେ ଏହି ଘଟଣାରେ ରାଜ୍ୟ ସରକାର ଅନୁକମ୍ପା ଦେଖାଇଥିବା ଓ ପ୍ରୋତ୍ସାହନ ଦେଇଥିବା ଅଭିଯୋଗ କରି ଆଜି ରାଜ୍ୟର ପ୍ରତ୍ୟେକଟି ସବଡିଭିଜନରେ ବିଜେପି ପକ୍ଷରୁ ଭ୍ରଷ୍ଟାଚାର ବିରୋଧୀ ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି  ।

ପୁରୀରେ ବିଜେପି ତରଫରୁ କୁଶପୁତ୍ତଳିଆ ମଧ୍ୟ ଦାହ କରାଯାଇଛି। ବିଜେପି ଉପସଭା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ଓବିସି ମୋର୍ଚ୍ଚା ସଭାପତି ଶୁରତ ବିଶ୍ୱାଳଙ୍କ ସମେତ ପୁରୀ ଓ ବ୍ରହ୍ମଗିରୀ ବିଧାୟକ ଓ ଶହଶହ କର୍ମୀ ଉପସ୍ଥିତ ରହି ଟାଉନହଲ୍ ଛକଠାରୁ କଚେରୀ ଛକ ପର୍ଯ୍ୟନ୍ତ ସରକାରଙ୍କ ବିରୁଦ୍ଧରେ ନାରାବାଜୀ ଦେଇ ପଦଯାତ୍ରା କରିଛନ୍ତି। ତେବେ ଆଗାମୀ ଦିନରେ ଧୀରଜଙ୍କ ଭଳି ଆହୁରି ଅନେକ ବ୍ୟକ୍ତି ସିବିଆଇ ଜାଲରେ ଫସିବେ ଵୋଲି କହିଛନ୍ତି ଓବିସି ମୋର୍ଚ୍ଚା ସଭାପତି ଶୁରତ ବିଶ୍ୱାଳ । ଅନ୍ୟପଟେ ଏହି ଘଟଣାରେ ରାଜ୍ୟ ସରକାରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି ଲେଖାଶ୍ରୀ।