Onn 3

ଟ୍ରେନଲାଇନରେ କଟି ସିଗନାଲ ଯନ୍ତ୍ରୀଙ୍କ ମୃତ୍ୟୁ

State

 

33855458-8d62-4811-bdae-582975bd2ac8-720x430

ନୂଆପଡା: ମୃତ୍ୟୁ ଏମିତି ଆସେ ଅତର୍କିତ । ଝାମ୍ପିନିଏ ଜୀବନ । ହଠାତ ମୃତ୍ୟୁକୁ ସାମ୍ନାରେ ଦେଖୁଥିବା ମଣିଷ ବି ଅସହାୟ ହୋଇପଡେ । ଚେଷ୍ଟା କରି ବି ନିଜକୁ ବଞ୍ଚାଇ ପାରେନି । ଏମିତି ଏକ ପରିସ୍ଥିତିରେ ସିଗନାଲ ଇଞ୍ଜିନିୟର ଅନୁପ ରାୟଙ୍କର ମୃତ୍ୟୁ ଘଟିଥିଲା ।

ସେ ଦେଖୁଛନ୍ତି ମୃତ୍ୟୁ ଦୂତ ସାମ୍ନାରୁ ମାଡି ଆସୁଛି । ହେଲେ ସେ ଥିଲେ ନିରୂପାୟ । ଚେଷ୍ଟା କରି ବି ନିଜକୁ ତା ପଞ୍ଝାରୁ ନିଜକୁ ମୁକୁଳାଇ ପାରି ନ ଥିଲେ । ତାଙ୍କ ଗୋଡ ଲାଗି ଯାଇଥିଲା ରେଲୱେ ଟ୍ରାକରେ । ଆଉ ଠିକ ଏଇ ସମୟରେ ସାମ୍ନାରୁ ମାଡି ଆସୁଥିଲା ଟ୍ରେନ । ଏମିତି ଘଟଣା ଗୁରୁବାର ରାତିରେ ନୂଆପଡାରେ ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ବଲାଙ୍ଗୀରର ୨୮ ବର୍ଷୀୟ ସିଗନାଲ ଇଞ୍ଜିନିୟର ଅନୂପ ରାୟ   ଯାନ୍ତ୍ରିକ ତ୍ରୁଟି ମରାମତି କରିବା ପାଇଁ ସେ ରାତି ୧୦ଟାରେ ନୂଆପଡାରେ ପହଞ୍ଚିଥିଲେ । କାମ ସରିବା ପରେ ସେ ଏକ ମାଲଗାଡିରେ ଲଖାନା ଫେରି ଯାଇଥିଲେ  ।

ଗାଡିରୁ ଓହ୍ଲାଇ ସେ ଷ୍ଟାଫ କ୍ୱର୍ଟରକୁ ଫେରୁଥିବାବେଳେ ତାଙ୍କ ଗୋଡ ରେଳ ଧାରଣାରେ ଲାଗିଗଲା । ସେ ଗୋଡ କାଢିବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ମାଡି ଆସୁଥିଲା ଏକ ଟ୍ରେନ  । ହେଲେ ଟ୍ରାକରୁ ନିଜ ଗୋଡ ବାହାର କରିପାରି ନ ଥିଲେ ଅନୂପ । ଟ୍ରେନ ଧକ୍କାରେ ସେହିଠାରେ ଚାଲିଗଲା ଜୀବନ ।