Onn 3

ମାଟି ଅତଡ଼ା ଧସି ରାସ୍ତା ଅବରୋଧ, ଅଟକି ରହିଛି ଯାନବାହନ

State

Road_Block_1701922608

କୋରାପୁଟ : ଲଗାଣ ବର୍ଷା ଯୋଗୁଁ ମାଟି ଅତଡ଼ା ଧସି ରାସ୍ତା ଅବରୋଧ। କୋରାପୁଟ ଜିଲ୍ଲା ନାରାୟଣପାଟଣା ତଳଗୁମାଣ୍ଡି ପଞ୍ଚାୟତ ବରିପୁଟରେ ବର୍ଷା ଯୋଗୁ ପାହାଡ଼ରୁ ମାଟି ଅତଡା ଓ ପଥର ଧସିଛି।
ଗତକାଲି ମଧ୍ୟ ରାତ୍ରୀରୁ ପଥର ଧସିଥିବାରୁ ରାସ୍ତା ଅବରୋଧ ହୋଇଛି। ଫଳରେ ରାସ୍ତା ଉପରେ ବଡ଼ ବଡ଼ ଖଣ୍ଡ ପଥର ପଡ଼ି ରହିଛି । ଏଥିଯୋଗୁ ରାସ୍ତାର ଉଭୟ ପଟେ ବହୁ ସଂଖ୍ୟାରେ ଗାଡ଼ିମୋଟର ଯାତାୟାତ ବାଧାପ୍ରାପ୍ତ ହୋଇଛି ।
ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଟିମ୍‌ ପହଞ୍ଚି ମାଟି ଅତଡ଼ା ହଟାଇବା କାମ ଆରମ୍ଭ କରିଛନ୍ତି। ଖୁବ୍‌ ଶୀଘ୍ର ରାସ୍ତା ସଫା କରାଯାଇ ଗାଡ଼ି ମଟର ଚଳାଚଳ ସ୍ୱାଭାବିକ କରାଯିବ ବୋଲି ଅଧିକାରୀ କହିଛନ୍ତି।