Onn 3

ଗିରିରାଜ ସିଂଙ୍କ ବିବାଦୀୟ ବୟାନ, ଫିଲ୍ମ ଫେଷ୍ଟିଭାଲରେ ମମତା ଠୁମକା ଲଗାଇବା ଉଚିତ ନୁହେଁ

National & International

2-23

ନୂଆଦିଲ୍ଲୀ,୭।୧୨: ଭାରତୀୟ ଜନତା ପାର୍ଟି ଏମପି ଗିରିରାଜ ସିଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। କୋଲକାତା ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବରେ ମମତା ଯୋଗଦେବା ନେଇ ସେ ସମାଲୋଚନା କରିଛନ୍ତି। କାର୍ଯ୍ୟକ୍ରମରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ସହ ମମତା ନାଚୁଥିବା ଦେଖିବାକୁ ମିଳିଥିଲା। ସୋସିଆଲ
ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ପ୍ରତିକ୍ରିୟା ଦେଇ ଗିରିରାଜ କହିଛନ୍ତି, ଫିଲ୍ମ ଫେଷ୍ଟିଭାଲରେ ମମତା ଠୁମକା ଲଗାଇବା ଉଚିତ ନୁହେଁ। ତାଙ୍କର ଏହି ବୟାନକୁ ଲୋକସଭା ଏମପି ମହୁଆ ମୋଇତ୍ରା ଓ ତୃଣମୂଳ କଂଗ୍ରେସର ଅନେକ ନେତା କଡା ନିନ୍ଦା କରିଛନ୍ତି।
ଟିଏମସି ନେତାଙ୍କ ଆଲୋଚନାକୁ ନେଇ ଗିରିରାଜ କହିଛନ୍ତି, ପଶ୍ଚିମବଙ୍ଗ ଭ୍ରଷ୍ଟାଚାରରେ ବୁଡି ରହିଥିବାଳେ ମମତା ଫିଲ୍ମ ମହୋତ୍ସବ ପାଳନ କରୁଛନ୍ତି। ତାଙ୍କୁ ସମାଲୋଚନା କରିବା ଭୁଲ ନୁହେଁ।
ତୃଣମୂଳ କଂଗ୍ରେସ ନିଜ ସରକାରୀ ହ୍ୟାଣ୍ଡେଲରେ ଭିଡିଓଟି ପୋଷ୍ଟ କରିଛି। ଯେଉଁଥିରେ ଗିରିରାଜ କହିଛନ୍ତି, ଫିଲ୍ମ ଫେଷ୍ଟିଭାଲରେ ମମତା ଠୁମକା ଲଗାଇବା ଉଚିତ ନୁହେଁ। କଥା କହୁଥିବା ସମୟରେ ଗିରିରାଜଙ୍କୁ ମମତାଙ୍କ ଠୁମକା ଲଗାଇବା ଅନ୍ଦାଜକୁ ତାଚ୍ଛଲ୍ୟ କରିଥିଲେ। ତାଙ୍କର ଏପରି ଟିପ୍ପଣୀକୁ ନେଇ ଟିଏମସି କହିଛି, ଠୁମକା ଶଦ୍ଦକୁ ଦୁଇ ଦୁଇ ଥର କହିବା ସହ ଭୁଲ ଅର୍ଥ ବାହାର କରିବା ଭଳି ଇଶାରା ମଧ୍ୟ କରୁଛନ୍ତି। ଏହା ଲଜ୍ଜାଜନକ ଟିପ୍ପଣୀ ଅଟେ।
ଏସବୁ ଭିତରେ ଲୋକସଭା ଏମପି ମହୁଆ ମଧ୍ୟ ଗିରିରାଜଙ୍କ ବୟାନକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି, ମିଷ୍ଟର ସିଂହ, ଆମେ ପଶ୍ଚିମବଙ୍ଗରେ ଉତ୍ସବ ମଧ୍ୟ ପାଳନ କରୁଛୁ। କିନ୍ତୁ ଆପଣଙ୍କ ଭଳି ସ୍ତ୍ରୀ-ଦ୍ୱେଷ ଲୋକ ଏପରି ଜିନିଷ ସହ୍ୟ କରିପାରନ୍ତି ନାହିଁ। ଆପଣ ମମତାଙ୍କୁ ଉଚିତ ଓ ଅନୁଚିତ କହିବାକୁ କିଏ।