ଏକ ସୁସ୍ଥ ଜୀବନ ଉପଯୋଗୀ ପରିବେଶ ସୃଷ୍ଟି କରିବା କ୍ଷେତ୍ରରେ ଛୋଟ ଛୋଟ ପଦକ୍ଷେପଗୁଡିକର ମହତ୍ୱକୁ ଚିହ୍ନଟ କରି ସିପି, ଡିସିପି ଓ ଅନ୍ୟାନ୍ୟ ପୋଲିସ୍ ଅଧିକାରୀଙ୍କ ସମେତ ଅଂଶଗ୍ରହଣକାରୀମାନେ କାର୍ଯ୍ୟକ୍ରମ ସମୟରେ ସିଡ୍ ବଲ୍ ବା ବିହନର ବଲ୍ ପ୍ରସ୍ତୁତ କରିଥିଲେ । ଏହାସହ ସେମାନେ ଚନ୍ଦକା ପୋଲିସ୍ ଷ୍ଟେସନ ପରିସର ମଧ୍ୟରେ ବିଭିନ୍ନ ସ୍ଥାନରେ ଚାରା ରୋପଣ କରିଥିଲେ ।
ଏହି ଗ୍ରୀନ୍ ଆମ୍ବାସାଡର୍ମାନେ ଆମ୍ବ, ପଣସ, ପିଜୁଳି, ଲିଚୁ ଓ ବକୁଳ ଗଛର ଚାରା ସମେତ ବିଭିନ୍ନ ପ୍ରକାରର ଚାରା ରୋପଣ କରିଥିଲେ । ସେମାନେ ସଜନା, ରାଧାଚୁଡା, ଆତ ଏବଂ ବିଭିନ୍ନ ପ୍ରକାରର ଫୁଲ ଗଛର ମଞ୍ଜିରୁ ସିଡ୍ ବଲ୍ ପ୍ରସ୍ତୁତ କରିଥିଲେ ।
ଡିସିପି ପ୍ରତୀକ ସିଂହ ଏହି ଅଭିଯାନକୁ ପ୍ରଶଂସା କରିଥିଲେ ଏବଂ ପରିବେଶ ଉପରେ ଏହାର ସକାରାତ୍ମକ ପ୍ରଭାବକୁ ଆଲୋକପାତ କରିଥିଲେ । ସେ ଏହି ସିଡ୍ ବଲଗୁଡିକୁ ଶୁଖାଇବା ଏବଂ ସବୁଜ କ୍ଷେତ୍ରରେ ବିକଶିତ ହେବା ପାଇଁ ସମ୍ଭାବନା ଥିବା ଅଂଚଳଗୁଡିକରେ ସେଗୁଡିକୁ ରଣନୈତିକ ଭାବେ ବିକ୍ଷେପ ଏବଂ ସ୍ଥାନୀତ କରିବାରେ ସହଯୋଗ କରିବା ପାଇଁ ଆଶ୍ୱାସନା ଦେଇଥିଲେ ।
ଓଡିଶା ୱମେନ୍ ଇନ୍ ମିଡିଆ ସଚେତନତା କାର୍ଯ୍ୟକ୍ରମ, ବୃକ୍ଷରୋପଣ ଏବଂ ଉଦୀୟମାନ ମହିଳା ସାମ୍ବାଦିକାଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମେତ ବିଭିନ୍ନ ସମୁଦାୟ-ଭିତିକ ଅଭିଯାନଗୁଡିକରେ ସକ୍ରିୟ ଭାବେ ଜଡିତ ରହିଛି । କମିଶନରେଟ୍ ପୋଲିସ୍ ସହ ଏହି ସହଭାଗିତା କେବଳ ପରିବେଶ ସ୍ଥାୟିତ୍ୱ ପ୍ରତି ଏକ ଯୁଗ୍ମ ପ୍ରତିବଦ୍ଧତାକୁ ସୂଚିତ କରୁନାହିଁ ବରଂ ସମୁଦାୟ ଉପରେ ଏକ ଦୀର୍ଘସ୍ଥାୟୀ ପ୍ରଭାବ ସୃଷ୍ଟି କରିବାରେ ସାମଗ୍ରିକ ପ୍ରୟାସର ଶକ୍ତିକୁ ପ୍ରଦର୍ଶିତ କରୁଛି ।